ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ଚୀନ ମୋବାଇଲ କମ୍ପାନି ଭିଭୋ ଭାରତରେ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ସ୍ମାର୍ଟଫୋନ ‘ଭିଭୋ ଜେଡ୍‌-୧ ପ୍ରୋ’। ଏହି ସ୍ମାର୍ଟଫୋନ୍‌ର ଖାସ୍‌ କଥା ହେଉଛି, ଏଥିରେ ୫୦୦୦ ଏମ୍‌ଏଚ୍‌ ବ୍ୟାଟେରୀ ମିଳୁଥିବା ବେଳେ ତ୍ରିପଲ ରିୟର କ୍ୟାମେରା ଦିଆଯାଇଛି। ଦିଲ୍ଲୀରେ ଆସନ୍ତାକାଲି ୧୧.୩୦ଟାରେ ଲଞ୍ଚ ହେବ।

‘ଭିଭୋ ଜେଡ୍‌-୧ ପ୍ରୋ’ ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍‌ ୭୧୨ ଅକ୍ଟାକୋର ପ୍ରୋସେସର ଦିଆଯାଇଛି। ସୂଚନା ମୂତାବିକ, ଏହି ସ୍ମାର୍ଟଫୋନରେ ୩୨ ମେଗାପିକ୍ସେଲ ଯୁକ୍ତ ଫ୍ରଣ୍ଟ କ୍ୟାମେରା ରହିଛି। ଆସନ୍ତାକାଲି ଏହି ସ୍ମାର୍ଟଫୋନ୍‌ ଲଞ୍ଚ ହେବା ପରେ ଭାରତୀୟ ବଜାରରେ ଏହା ଉପଲବ୍ଧ ହେବ। ଏହି ସ୍ମାର୍ଟଫୋନି ଦେଖିବାକୁ ଭିଭୋ’ର ଚୀନ ଭେରିଆଣ୍ଟ Vivo 25x ସହ ପାଖାପାଖି ମିଶିବ।

ଚୀନ୍‌ରେ Vivo 25x ପ୍ରାଇସ୍‌କୁ ୧୩୯୮ ୟୁଆନ ଅର୍ଥାତ୍‌ ୧୪,୪୦୦ଟଙ୍କା ରହିଛି। ତେବେ ଭାରତରେ ‘ଭିଭୋ ଜେଡ୍‌-୧ ପ୍ରୋ’ର ଦାମ୍ ପାଖାପାଖି ୧୫ ହଜାର ଟଙ୍କା ରହିବ।

ଏହି ସ୍ମାର୍ଟଫୋନ୍‌ରେ ୪ ଜିବି ରାମ୍‌ ସହିତ ୬୪ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ରହିଛି, ଯାହାକୁ ମାଇକ୍ରୋ ଏସ୍‌ଡି କାର୍ଡ ସହିତ ବଢ଼ାଯାଇ ପାରିବ। ‘ଭିଭୋ ଜେଡ୍‌-୧ ପ୍ରୋ’ ସ୍ମାର୍ଟଫୋନ୍‌ରେ ଆଣ୍ଡ୍ରୋଏଡ ୯ ‘ପାଇ’ ଭର୍ସନ ମିଳୁଛି।

Comment