ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରିଲିଜ୍ ହୋଇଛି ବଲିଉଡର ଅପକମିଙ୍ଗ ଫିଲ୍ମ ‘ଜଜ୍ ମେଣ୍ଟାଲ ହେ କ୍ୟା’ର ଟ୍ରେଲର। ପ୍ରକାଶ କୋବେଲାମୁଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନଜର ଆସିବେ ରାଜକୁମାର ରାଓ ଏବଂ କଙ୍ଗନା ରଣାୱତ୍।

ଏକ ସୁନ୍ଦର କାହାଣୀ ଓ ବହୁତ ସାରା ସସପେନ୍ସକୁ ନେଇ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ର। ୨ ମିନିଟ ୩୭ ସେକେଣ୍ଡର ଭିଡିଓରେ ଜଣେ ହତ୍ୟାକାରୀଙ୍କୁ ଖୋଜା ଯାଉଥିବା ଦେଖାଯାଇଛି।

ଏହି ଚଳଚିତ୍ରରେ କଙ୍ଗନା ରଣାୱତଙ୍କ ଅଭିନୟର ଜାଦୁଗରୀ ଦର୍ଶକ ଦେଖିବାକୁ ପାଇବେ। ଏଥିସହ ରାଜକୁମାର ରାଓଙ୍କ ଅଭିନୟ ଲୋକମାନେ ପରଦାରେ ଦେଖିବାକୁ ପାଇବେ।

ଏହି ଫିଲ୍ମ ଜୁଲାଇ ୨୬ ତାରିଖରେ ରିଲିଜ ହେବ। ଯାହାକୁ ନେଇ ବଲିଉଡ୍ ପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଫିଲ୍ମର ନିର୍ଦ୍ଦେଶନା ପ୍ରକାଶ କୋବେଲାମୁଡି ଦେଇଥିଲା ବେଳେ ଏହାକୁ ପ୍ରଡ୍ୟୁସ କରୁଛନ୍ତି ଏକତା କପୁର।

Comment