ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜ ଜିଦ୍‌ରେ ଅଟଳ ଥିବା ରାହୁଲ ଗାନ୍ଧି ଶେଷରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ରାହୁଲ ଇସ୍ତଫା ପତ୍ର ସୋସିଆଲ ମିଡିଆରେ ଇସ୍ତଫା ପତ୍ର ସେୟାର କରିଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ବରିଷ୍ଠ ନେତା ମୋତିଲାଲ ଭୋରାଙ୍କୁ ଦଳର କାମଚଳା ଅଧ୍ୟକ୍ଷ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନୂଆ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏଁ ମୋତିଲାଲ ଭୋରା କଂଗ୍ରେସ ଦଳର ସବୁକଥା ବୁଝିବେ।

ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା ୧୯୮୮ ମସିହାରେ ପ୍ରଥମଥର ପାଇଁ ରାଜ୍ୟସଭା ସଦସ୍ୟ ହୋଇଥିଲେ। ଏହା ପରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ରହିସାରିଛନ୍ତି। ସେହିପରି ୧୬ ମେ’ ୧୯୯୩ ରୁ ୩ ମେ’ ୧୯୯୬ ପର୍ଯ୍ୟନ୍ତ ଶ୍ରୀ ଭୋରା ଉତ୍ତର ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୧୯୯୮-୯୯ରେ ୧୨ତମ ଲୋକସଭା ନିର୍ବାଚନରେ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ।

୨୦୧୯ ନିର୍ବାଚନରେ କଂଗ୍ରେସ ବିପର୍ଯ୍ୟୟ ପରେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଜିଦ୍‌ ଧରି ବସିଥିଲେ। ତେବେ ତାଙ୍କୁ ଇସ୍ତଫା ନଦେବା ପାଇଁ ଅନେକ ବରିଷ୍ଠ ନେତା ଅନୁରୋଧ କରିଥିଲେ ମଧ୍ୟ କାହା କଥା ନଶୁଣି ଆଜି ରାହୁଲ ଇସ୍ତଫା ଦେଇଛନ୍ତି।

Comment