ଓଡ଼ିଶାଲାଇଭ ବ୍ୟୁରୋ

ଲଗାଣବର୍ଷା ମୁମ୍ବାଇରେ ବିପତ୍ତି ଆଣିଛି। ବର୍ଷା ଯୋଗୁଁ ମୁମ୍ବାଇରୁ ୨୫୦ କିଲୋମିଟର ଦୂର ରତ୍ନଗିରିସ୍ଥିତ ତିଓ୍ୱାରେ ଡ୍ୟାମ ବନ୍ଧ ଭାଙ୍ଗି ଯାଇଛି। ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଡ୍ୟାମ ଭାଙ୍ଗିଯିବାରୁ ହଠାତ ପାଣି ପଶି ୭ଟି ଗାଁ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛି। ଏଥିସହ ନିକଟ ଗାଁର ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୨୦ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି।

ଏହି ସ୍ଥାନରେ ଏନଡିଆରଏଫ୍ ଟିମ୍ ସହ ଅନ୍ୟ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି।

ଅନପକ୍ଷରେ ମୁମ୍ବାଇର କୁର୍ଲା ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି। ବର୍ଷାଜନିତ ଦୁର୍ଘଟଣାରେ ପ୍ରାୟ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଉଦ୍ଧାରକାର୍ଯ୍ୟ ଓ ରିଲିଫ୍ ପାଇଁ ନୌସେନା ମୁତୟନ ହୋଇଛନ୍ତି।

ରାସ୍ତାରେ ପାଣି ଜମି ରହିବାରୁ ଯାତାୟତ ଗଭୀର ଭାବେ ପ୍ରଭାବିତ ହୋଇଛି। ସ୍ଥିତିକୁ ଦେଖି ସମସ୍ତ ଅଫିସ ଓ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଗତକାଲି ସୁଦ୍ଧା ମୁମ୍ବାଇରେ ୨୦୦ ମିଲିମଟିର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଜି ବି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Comment