ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଆଜି ରଥ ଆଜ୍ଞାମାଳ ବିଜେ

ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ସେଥିଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦ ତିଥି। ଏହି ଦିନ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଥାଏ।  ସକାଳୁ ରାତି ୯ଟା ଯାଏଁ ଭକ୍ତମାନେ ବାହାର କାଠ ନିକଟରେ ପ୍ରଭୁଙ୍କ ଦର୍ଶନ କରିପାରିବେ।

ପରଦାକୁ ଆସିବ କିକ୍ ୨: ପୁଣିଥରେ ଧୁମ ମଚେଇବେ ସଲମାନ, ଜ୍ୟାକଲିନ

ସଲମାନ ଖାନ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଭିନୀତ ଫିଲ୍ମ କିକ୍ ୨୦୧୪ରେ ରିଲିଜ ହୋଇଥିଲା। ଏଥିରେ ନିର୍ଦ୍ଦେଶନା ଦେଇଥିଲେ ସାଜିଦ ନାଦିଆଓ୍ୱାଲା। ଏହା ବକ୍ସ ଅଫିସରେ ସୁପରହିଟ ମଧ୍ୟ ହୋଇଥିଲା। ଏହି ଫିଲ୍ମର ଦ୍ୱିତୀୟ ଭାଗ ମଧ୍ୟ ଆସିବାକୁ ଯାଉଛି।

କ’ଣ କହିବେ ନବୀନ: ବିଜେଡି ବିଧାୟକଙ୍କୁ ନବୀନ ନିବାସକୁ ଡାକରା

ଆଜି ନବୀନ ନିବାସରେ ବସିବ ବିଜେଡି ବିଧାୟକ ବୈଠକ। ଏହି ବୈଠକରେ ଆଗାମୀ ଉପନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ବୈଠକରେ ନବୀନ ବିଧାୟକଙ୍କୁ କେଉଁ ମନ୍ତ୍ରୀ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ବୈଠକରେ ପୌର ନିର୍ବାଚନ ପୂର୍ବରୁ ଦଳୀୟ ସଙ୍ଗଠନ ନେଇ ମଧ୍ୟ ଆଲୋଚନା ହୋଇପାରେ।

Comment