ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ଓଡ଼ିଆ ଭାଷା ସମେତ ହିନ୍ଦୀ, ଅହମିୟା, କନ୍ନଡ, ମରାଠୀ ଓ ତେଲୁଗୁ ଭାଷାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବ। ପୂର୍ବରୁ ସୁପ୍ରିମକୋର୍ଟଙ୍କ ରାୟ କେବଳ ଇଂରାଜୀ ଭାଷାରେ ପ୍ରଦାନ କରାଯାଉଥିଲା। ଫଳରେ ମକଦ୍ଦମାରେ ଜଡ଼ିତ ପକ୍ଷ ମାନଙ୍କୁ ଅନେକ ସମୟରେ ଅନୁବାଦ କରିବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା।

ଏନେଇ ବିଭିନ୍ନ ମହଲରୁ ଆଞ୍ଚଳିକ ଭାଷାରେ ରାୟକୁ ସୁପ୍ରିମକୋର୍ଟ ଓ୍ଵେବସାଇଟରେ ଅପଲୋଡ କରିବା ପାଇଁ ଅନୁରୋଧ କରାଯାଇଥିଲା। ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସପ୍ଟଓ୍ଵେର୍ ଜରିଆରେ ରାୟ ଗୁଡିକୁ ଆଞ୍ଚଳିକ ଭାଷାରେ ପ୍ରକାଶ କରାଯିବ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ କହିଛନ୍ତି।

ଚଳିତ ମାସ ଶେଷ ସୁଦ୍ଧା ସୁପ୍ରିମକୋର୍ଟର ଓ୍ଵେବସାଇଟରେ ଓଡ଼ିଆ ଭାଷା ସମେତ ୬ଟି ଆଞ୍ଚଳିକ ଭାଷାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବ। ସୂଚନାନୁସାରେ ଅକ୍ଟୋବର ୨୦୧୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହାଇକୋର୍ଟରେ ରାୟକୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଯିବାକୁ ମତ ଦେଇଥିଲେ।

Comment