ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଜେଟ୍‌ ୨୦୧୯ – ଏଣିକି ବ୍ୟାଙ୍କରୁ ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ଉଠାଇଲେ କଟିବ ୨ପ୍ରତିଶତ ଟିଡିଏସ୍‌।

ବ୍ୟାଙ୍କରୁ ବାରମ୍ବାର ନଗଦ ଟଙ୍କା ଉଠାଉଛନ୍ତି କି? ପ୍ରସ୍ତୁତ ରହନ୍ତୁ, କାରଣ କଟିପାରେ ଟଡିଏସ୍‌।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଉପସ୍ଥାପନ କରିଥିବା ବଜେଟରେ ନଗଦ କାରବାର ଉପରେ ଲଗାଇଛନ୍ତି ଏକ କଟକଣା। ଏଣିକି ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ବର୍ଷକୁ ୧ କୋଟିରୁ ଅଧିକ ଟଙ୍କାର ନଗଦ ଉଠାଣ କଲେ ୨% ଟିଡିଏସ କଟିବ। ଆପଣଙ୍କ ବ୍ୟାଙ୍କ ଏହି ଟିଡିଏସ୍ କାଟି ଆୟକର ବିଭାଗକୁ ପଠାଇ ଦେବ।

ଦେଶରେ ଡିଜିଟାଲ ବା କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ ଉପରେ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି। ସବୁ କ୍ଷେତ୍ରରେ ନଗଦ କାରବାରକୁ ନିରୁତ୍ସାହିତ କରାଯାଉଛି। ତେଣୁ ଇ-ଟ୍ରାଞ୍ଜାକ୍ସନ ନକରି ବ୍ୟାଙ୍କରୁ ବାରମ୍ବାର ନଗଦ ଟଙ୍କା ଉଠାଉଥିବା ବ୍ୟକ୍ତି ବା କୌଣସି ଅନୁଷ୍ଠାନଙ୍କ ଉପରେ ଆର୍ଥିକ କଟକଣା ହିସାବରେ ସରକାର ଏହି ନିୟମ ଘୋଷଣା କରିଛନ୍ତି।

ଟିଡିଏସ୍‌ ବା ଟ୍ୟାକ୍ସ ଡିଡକ୍ସନ୍ ଆଟ୍ ସୋର୍ସ ହେଉଛି ଆୟକର ନିୟମର ଏକ ବିଶେଷ ଉପାଦାନ। ଏହା ମାଧ୍ୟମରେ କୌଣସି କାରବାର ବେଳେ ଅର୍ଥ ପ୍ରଦାନ କରୁଥିବା କୌଣସି ସଂସ୍ଥାକୁ ଆୟକର ନିୟମ ଅନୁଯାୟୀ ଟିଡିଏସ୍ କାଟିବାକୁ ପଡ଼ିଥାଏ। ବିଭିନ୍ନ କାରବାର ପାଇଁ ଟିଡିଏସ୍ ପରିମାଣ ଭିନ୍ନ ହୋଇଥାଏ।

Comment