ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଶିଶୁଭବନରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲେ ଢେଙ୍କାନାଳର ଯୋଡ଼ା ଶିଶୁକନ୍ୟା। ଏହି ଯୋଡ଼ା ଶିଶୁକନ୍ୟାଙ୍କ ଚିକିତ୍ସା ପାଇଁ ଶିଶୁଭବନରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଥିଲେ ମଧ୍ୟ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇନି।

ଗତ ୧ ତାରିଖରେ ଢେଙ୍କାନାଳ ଜିଲ୍ଲା ଖାଲପାଲ ଗାଁର ରେଣୁବାଳା ବେହେରା ଯୋଡ଼ା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଜନ୍ମ ହେବା ପରେ ଶିଶୁକନ୍ୟାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ସେମାନଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା।

ଶିଶୁଭବନରେ ପେଡିଆଟ୍ରିକ୍ ସର୍ଜନ୍, ପେଡିଆଟ୍ରିକ୍ ମେଡିସିନ୍, ନ୍ୟୁ ବର୍ଣ୍ଣ ୟୁନିଟ୍, ଆଇସିୟୁ ୟୁନିଟର ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଗତ ତିନି ଦିନ ହେଲା ଡାକ୍ତରୀ ଟିମ୍ ଯୋଡ଼ା ଶିଶୁକନ୍ୟାଙ୍କ ଚିକିତ୍ସା କରୁଥିଲେ। ହେଲେ ଉଭୟଙ୍କର ଗୋଟିଏ ହୃତପିଣ୍ଡ ଥିବା ସ୍ୱାସ୍ଥ୍ୟ ପରୀକ୍ଷାରୁ ଜଣାପଡ଼ିଥିଲା।

Comment