ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ କରିଛନ୍ତି। ଇନ୍ଦିରା ଗାନ୍ଧିଙ୍କ ପରେ ଦ୍ୱିତୀୟ ଥର ପାଇଁ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍ ଉପସ୍ଥାପିତ କରିଛନ୍ତି। ଏହି ଐତିହାସିକ ମୁହୂର୍ତ୍ତ ଦେଖିବା ପାଇଁ ସଂସଦ ଭବନରେ ଆସି ପହଞ୍ଚିଥିଲେ ନିର୍ମଳାଙ୍କ ବାପା ମା’। ବାପା ମା’ ଗ୍ୟାଲେରୀରେ ବସି ଝିଅକୁ ବଜେଟ୍‌ ଉପସ୍ଥାପନ କରୁଥିବା ବେଳେ ଦେଖୁଥିଲେ।

ନିର୍ମଳାଙ୍କ ବାପା ନାରାୟଣ ସୀତାରମଣ ରେଳବାଇ ବିଭାଗରେ କାର୍ଯ୍ୟ କରୁଥିଲେ। ତାଙ୍କ ମା’ ସାବିତ୍ରୀ ସୀତାରମଣ ଜଣେ ଗୃହିଣୀ।

ପୂର୍ବରୁ ନିର୍ମଳା ସୀତାରମଣ ରକ୍ଷାମନ୍ତ୍ରୀର ଭାର ତୁଲାଉଥିଲେ। ରକ୍ଷାମନ୍ତ୍ରୀ ପଦବୀରେ ଥିବା ବେଳେ ବି ସେ ନିଷ୍ଠାର ସହ କାର୍ଯ୍ୟ କରୁଥିଲେ।

୧୯୭୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସାଧାରଣ ବଜେଟ ଉପସ୍ଥାପନ କରିଥିଲେ। ୪୯ବର୍ଷ ମଧ୍ୟରେ କୌଣସି ମହିଳାଙ୍କୁ ଦେଶର ବଜେଟ ଉପସ୍ଥାପନ କରିବାର ସୁଯୋଗ ମିଳିନଥିବା ବେଳେ ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କୁ ଏହି ସୁଯୋଗ ମିଳିଛି।

Comment