ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ବଜେଟରେ ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୁଦ୍ରା ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କାର ୠଣ ଆଣି ପାରିବେ।

ଏହାସହ ଯେଉଁ ଏସ୍‌ଏଚ୍‌ଜି ଗ୍ରୁପର ସଦସ୍ୟମାନଙ୍କର ବ୍ୟାଙ୍କରେ ଜନ ଧନ ଆକାଉଣ୍ଟ ଥିବ ସେମାନେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ପାଇପାରିବେ।

ନିର୍ମଳା ସୀତାରମଣ କହିଥିଲେ, ‘‘ଆମ ସରକାର ମହିଳାମାନଙ୍କ ବିକାଶ ଉପରେ ଅଧିକ ଧ୍ୟାନ ଦେଉଛି। ଆମ ସରକାର ‘ନାରୀ ତୁ ନାରାୟଣୀ’ ସ୍ଲୋଗାନରେ ବିଶ୍ୱାସ କରୁଛି। ମହିଳାଙ୍କ ବିକାଶ ବିନା ଦେଶର ବିକାଶ ଅସମ୍ଭବ ବୋଲି ଆମ ସରକାର ସ୍ୱୀକାର କରୁଛନ୍ତି।’’

Comment