ଓଡ଼ିଶାଲାଇଭ ବ୍ୟୁରୋ

  • ପେଟ୍ରୋଲ ଲିଟର ପିଛା – ୨ ଟଙ୍କା ୫୦ ପଇସା
  • ଡିଜେଲ ଲିଟର ପିଛା – ୨ଟଙ୍କା ୩୦ ପଇସା

ଆଜି ବଜେଟ ଉପସ୍ଥାପନରେ ଖାଉଟିମାନଙ୍କୁ ବଡ଼ ଝଟକା ଦେଇଛନ୍ତି କେନ୍ଦ୍ର ସରକାର। ବଜେଟରେ ତେଲ ଦର ଉପରେ ୧ ପ୍ରତିଶତ ସେସ ଲାଗୁ ହେବା ପରେ ଏହାର ପ୍ରଭାବ ତୈଳ ବଜାର ଉପରେ ପଡ଼ିଛି। ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୨ଟଙ୍କା ୫୦ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୨ଟଙ୍କା ୩୦ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର କାଲି ସକାଳ ୬ଟାରୁ ଲାଗୁ ହେବ ବୋଲି ସୂଚନା ମିଳିଛି।

ଶୁକ୍ରବାର ରାତି ପର୍ଯ୍ୟନ୍ତ ଦିଲ୍ଲୀରେ ପେଟ୍ରୋଲ ଲିଟର ୭୦ ଟଙ୍କା ୫୧ ପଇସା ଓ ଡିଜେଲ ୬୪ ଟଙ୍କା ୩୩ ପଇସା ରହିବ। ସେହିପରି ଭୁବନେଶ୍ଵରରେ ପେଟ୍ରୋଲ ଲିଟର ପିଛା ୬୮ ଟଙ୍କା ୮୬ ପଇସା ଓ ଡିଜେଲ ୬୯ ଟଙ୍କା ୪୧ ପଇସା ରହିଛି। ତେବେ କାଲି ସକାଳ ୬ଟାରୁ ପେଟ୍ରୋଲ ୨ଟଙ୍କା ୫୦ ପଇସା ଓ ଡିଜେଲ ୨ଟଙ୍କା ୩୦ ପଇସା ବୃଦ୍ଧି ପାଇବ।

ଆଜି ବଜେଟ ଉପସ୍ଥାପନ ବେଳେ ତେଲ ଦର ଉପରେ ୧ ପ୍ରତିଶତ ସେସ ଲାଗୁ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Comment