ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ ବଜେଟ ଆଣିଛନ୍ତି ସେଥିରେ ଅନେକ ନୂଆ କଥା ରହିଛି ଓ ଉପରକୁ ଏହା ଏକ ସାତ୍ତ୍ଵିକ ବଜେଟ ଭଳି ପ୍ରତୀୟମାନ ହେଉଛି। ଏହି ବଜେଟର ୭ଟି ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ହେଲା:

  • ସିସିଟିଭି କ୍ୟାମେରା, ମେଟାଲ ଫିଟି, ସୁନା, ଟାଇଲ, ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବ। ପ୍ରତିରକ୍ଷା ସାମଗ୍ରୀ ,ଇଲେକ୍ଟ୍ରୋନିକ ଯାନ ପାର୍ଟ ଶସ୍ତାରେ ମିଳିବ।
  • ଘର ଋଣ ଉପରେ ଦିଆଯାଉଥିବା ସୁଧ ଉପରେ କିଛି ପରିମାଣରେ ଛାଡ଼ ମିଳିଛି। ୨୦୨୦ ମାର୍ଚ୍ଚ ଭିତରେ ଯେଉଁମାନେ ଘର କିଣିବେ ସେମାନଙ୍କୁ ଏହି ରିହାତି ମିଳିବ।
  • ଏବେ ଦେଶରେ ୧୨୦ କୋଟି ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି। ତେବେ ଯେଉଁମାନେ ପ୍ୟାନ କାର୍ଡ କରିନାହାନ୍ତି ସେମାନେ ଆଧାର କାର୍ଡ ଜରିଆରେ ଆୟକର ଭରି ପାରିବେ।
  • ନଗଦ କାରବାରକୁ କମାଇବା ପାଇଁ ଯେଉଁ ମାନେ ନିଜ ବ୍ୟାଙ୍କ ଆକାଉଣ୍ଟରୁ ବର୍ଷକୁ ଏକ କୋଟି ଟଙ୍କା ଉଠାଉଛନ୍ତି ସେମାନଙ୍କୁ ଦୁଇ ପ୍ରତିଶତ ଟିଡିଏସ ଦେବାକୁ ହେବ।
  • ବାର୍ଷିକ ଆୟ ଦୁଇ କୋଟିରୁ ୫ କୋଟି ହୋଇଥିଲେ ସରଚାର୍ଜ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ୫ କୋଟିରୁ ଅଧିକ ଆୟକାରୀଙ୍କ ପାଇଁ ସରଚାର୍ଜ ୭ ପ୍ରତିଶତ ହୋଇଛି।
  • ୨୦୨୨ ସୁଦ୍ଧା ଦେଶର ସମସ୍ତ ଲୋକଙ୍କୁ ଘର ମିଳିବ। ପ୍ରାୟ ଦୁଇ କୋଟି ଗୃହ ନିର୍ମାଣ କରାଯିବ ଓ ସେଥିରେ ଶୌଚାଳୟ, ଗ୍ୟାସ କନେକ୍ସନ ଓ ବିଜୁଳି ବ୍ୟବସ୍ଥା ରହିବ।
  • ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ସୁଦ୍ଧା ସବୁ ଘରକୁ ପାନୀୟ ଜଳର ସୁବିଧା ଯୋଗାଇ ଦିଆଯିବ। ଆସନ୍ତା ୫ବର୍ଷ ଭିତରେ ପିଏମ ଗ୍ରାମ୍ ସଡ଼କ ଯୋଜନା ଅନ୍ତର୍ଗତ ୧ ଲକ୍ଷ୨୫  ହଜାର କିମି ରାସ୍ତା ତିଆରି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି।

Comment