ଓଡ଼ିଶାଲାଇଭ୍ ବ୍ୟୁର

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ଆଜି କେନ୍ଦ୍ର ବଜେଟ୍: ସଂସଦରେ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

ଆଜି ସଂସଦରେ ଉପସ୍ଥାପନ ହେବ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ସଂସଦରେ ଉପସ୍ଥାପନ କରିବେ ବଜେଟ୍। ଇନ୍ଦିରା ଗାନ୍ଧିଙ୍କ ପରେ ଦେଶରେ ଜଣେ ମହିଳା ଅର୍ଥମନ୍ତ୍ରୀ ପାର୍ଲାମେଣ୍ଟରେ ବଜେଟ୍ ଉପସ୍ଥାପନ କରିବେ।

ଆଜି ପାଟଣାଗଡ଼ ଦବଙ୍ଗ ବିଧାୟକଙ୍କ ଜାମିନ ଆବେଦନର ଶୁଣାଣି

ଆଜି ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ହେବ। ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ଜାମିନ ଆବେଦନ ଶୁଣାଣି ହେବ। ପୂର୍ବରୁ ଜୁଲାଇ ୧ରେ ବିଧାୟକଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା। କିନ୍ତୁ ଶୁଣାଣି ସ୍ଥଗିତ ହେବାରୁ ତାଙ୍କ ଜାମିନର ଶୁଣାଣି ୫କୁ ଘୁଞ୍ଚାଇ ଦିଆଯାଇଥିଲା।

ବୃହତ ବ୍ୟବଧାନରେ ଜିତିଲେ ସେମିଫାଇନାଲ ଖେଳିବ ପାକିସ୍ତାନ

ଆଇସିସି ବିଶ୍ଵକପର ୪୩ତମ ମ୍ୟାଚ ଆଜି ଲଣ୍ଡନରେ ଦୁଇ ଏସିୟ ଦଳ ପାକିସ୍ତାନ–ବାଂଲାଦେଶ ମଧ୍ୟରେ ହେବ। ଏଥିରେ ବାଂଲାଦେଶ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଥିଲା ବେଳେ ପାକିସ୍ତାନ ପାଖରେ ସୁଯୋଗ ରହିଛି ମାତ୍ର ତାହା ପୂରଣ କରିବା ଦିବା ସ୍ଵପ୍ନ ସହ ସମାନ।

Comment