ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବା ବେଳେ ପ୍ରବାସୀ ଭାରତୀୟଙ୍କ ପାଇଁ ଖୁସି ଖବର ଆଣିଛନ୍ତି।

ଯେଉଁ ପ୍ରବାସୀ ଭାରତୀୟଙ୍କର ଆଧାର କାର୍ଡ ନାହିଁ ସେମାନେ ଏଣିକି ସହଜରେ ଆଧାରକାର୍ଡ ପାଇ ପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ପ୍ରବାସୀ ଭାରତୀୟଙ୍କୁ ଆଧାରକାର୍ଡ ପାଇବା ପାଇଁ ୧୮୦ ଦିନ ଅପେକ୍ଷା କରିବାକୁ ପଡୁଥିଲା। ହେଲେ ଏବେ ସେମାନଙ୍କୁ ଆଧାର କାର୍ଡ ପାଇଁ ୧୮୦ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆଧାର କାର୍ଡ ପାଇଁ ଆବେଦନ କରିବା ମାତ୍ରେ ସେମାନଙ୍କୁ ଏହା ମିଳିବ।

ଆଧାର କାର୍ଡ ପାଇବା ପରେ ସେମାନେ କେୱାଇସି ଦାଖଲ କରିବା ସହଜାର ଭାରତରେ ଅର୍ଥ କାରବାର କରିପାରିବେ।

Comment