ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପିତ କରିଛନ୍ତି। ଗାଁ, ଗରିବ, କୃଷକ ଏବଂ ଯୁବକମାନଙ୍କ ଉପରେ ବଜେଟରେ ବିଶେଷ ଧ୍ୟାନ ଦେଇଛନ୍ତି। ତେବେ ବଜେଟରେ ଅର୍ଥମନ୍ତ୍ରୀ କିଛି ସାମଗ୍ରୀ ଉପରେ ଟ୍ୟାକ୍ସ ଲଗାଇଥିବା ବେଳେ ଆଉ କିଛି ସାମଗ୍ରୀ ଟ୍ୟାକ୍ସ ମୁକ୍ତ ରହିଛି। ଜାଣନ୍ତୁ ବଜେଟରେ କ’ଣ ହେଲା ଶସ୍ତା ଏବଂ କ’ଣ ହେଲା ମହଙ୍ଗା।

ଶସ୍ତା

ବଜେଟରେ ବିଦ୍ୟୁତ ଚାଳିତ କାର୍ ଶସ୍ତା ହୋଇଛି। ଏହାସହ ଇ-ବାହନ ଉପରେ ଲାଗିଥିବା ୧୨ ପ୍ରତିଶତ ଟିକସକୁ ହଟାଇ ସରକାର ୫ ପ୍ରତିଶତ କରିଦେଇଛନ୍ତି। ଏହାସହ ଘର ୠଣ ନେବା ମଧ୍ୟ ଶସ୍ତା ହୋଇଛି।

ଏହାସହ ସାବୁନ, ସାମ୍ପୁ, ତେଲ, ଟୁଥ୍‌ପେଷ୍ଟ, ବିଦ୍ୟୁତ ଉପକରଣ ଯଥା – ଫ୍ୟାନ, ଲ୍ୟାମ୍ପ ଶସ୍ତା ହୋଇଛି। ସେହିପରି ବ୍ରିଫ୍‌କେସ୍‌, ଲଗେଜ ବ୍ୟାଗ୍, ବୋତଲ, କଣ୍ଟେନର, ବାସନକୁସନ, ବେଡ୍‌, ଚଷମା ଫ୍ରେମ୍, ବାଉଁଶରେ ତିଆରି ଫର୍ଣ୍ଣିଚର, ପାସ୍ତା, ଧୂପକାଠି, ସ୍ନାକ୍ସ, ସାନିଟାଣୀ ନାପ୍‌କିନ୍‌ ଶସ୍ତା ହୋଇଛି।

ମହଙ୍ଗା

ପେଟ୍ରୋଲ, ଡିଜେଲ, ସୁନା, କାଜୁ ଆଦି ମହଙ୍ଗା ହେବ। ଅଟୋ ପାର୍ଟସ୍‌, ସିନ୍ଥେଟିକ୍ ରବର, ପିବିସି, ଟାଇଲ୍ସ, ତମାଖୁ ସମାଗ୍ରୀ ମହଙ୍ଗା ହେବ। ଅପ୍ଟିକାଲ୍ ଫାଇବର, ଏସି, ଲାଉଡସ୍ପିକର, ଭିଡିଓ ରେକର୍ଡର, ସିସିଟିଭି କ୍ୟାମେରା, ଗାଡ଼ି ହର୍ଣ୍ଣ, ସିଗାରେଟ୍ ମହଙ୍ଗା ହେବ।

Comment