ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଏନରଜେଟିକ ଆକ୍ଟର ରଣବୀର ସିଂ ଆଜି ତାଙ୍କ ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ରଣବୀରଙ୍କର ଏହି ସ୍ପେଶାଲ ଦିନରେ ବଲିଉଡ ଷ୍ଟାରଙ୍କଠୁ ଆରମ୍ଭ କରି କ୍ରିକେଟର୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ସବୁଠୁ ସ୍ପେଶାଲ ଅନ୍ଦାଜରେ ରଣବୀରଙ୍କୁ ଜନ୍ମଦିନର ଶୁଭକାମନା ଦେଇଛନ୍ତି। ଆଲିୟା ତାଙ୍କ ଇନଷ୍ଟାଗ୍ରାମରେ କୋ ଷ୍ଟାର ରଣବୀରଙ୍କ ସହ ନିଜର ଏକ ସୁନ୍ଦର ଫଟୋ ଅପଲୋଡ କରିଛନ୍ତି। ଫଟୋ ସେୟାର କରିବା ସହିତ ଆଲିୟା ଏକ ସୁନ୍ଦର ନୋଟ ମଧ୍ୟ ଲେଖିଛନ୍ତି।

କେବଳ ଏତିକି ନୁହେଁ ଏହି ପୋଷ୍ଟରେ ଆଲିୟା ରଣବୀରଙ୍କ ନିକ୍ ନାଁ ବିଷୟରେ କହିଛନ୍ତି।

ଆଲିୟାଙ୍କ ବ୍ୟତୀତ କ୍ରିକେଟର୍ସ ଶିଖର ଧଓ୍ୱନ, ବଲିଉଡ କଣ୍ଠଶିଳ୍ପୀ ହନି ସିଂହ, ଅଭିନେତା ଅନିଲ କପୁର ବି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଇଛନ୍ତି।

ରଣବୀର ତାଙ୍କ ଜନ୍ମଦିନରେ ଆଜି ତାଙ୍କ ଆଗାମୀ ଫିଲ୍ମ ’୮୩’ ପ୍ରଥମ ଲୁକ୍ ସେୟାର କରିଥିଲେ। ଏଥିରେ ସେ ଅବିକଳ କପିଲ ଦେବଙ୍କ ଭଳି ଦେଖା ଯାଉଥିଲେ।

Comment