ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯-୨୦ ଆର୍ଥିକବର୍ଷ ବଜେଟ୍‌ରେ ଖାଉଟିମାନଙ୍କ ପାଇଁ ବଡ଼ ଝଟ୍‌କା। ବଜେଟରେ ତେଲ ଦର ଉପରେ ୧ ପ୍ରତିଶତ ସେସ ଲାଗୁ ହେବା ପରେ ଏହାର ପ୍ରଭାବ ତୈଳ ବଜାର ଉପରେ ପଡ଼ିଛି। ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୨ଟଙ୍କା ୫୦ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୨ଟଙ୍କା ୩୦ ପଇସା ବୃଦ୍ଧି ପାଇଛି।

ଭୁବନେଶ୍ଵରରେ ପେଟ୍ରୋଲ ୨ଟଙ୍କା ୪୩ ପଇସା ମହଙ୍ଗା ହୋଇଛି। ପେଟ୍ରୋଲ ଲିଟର ପିଚ୍ଛା ୨ଟଙ୍କା ୪୩ ପଇସା ବଢ଼ି ୭୧ଟଙ୍କା ୯୮ ପଇସାକୁ ବୃଦ୍ଧି ପାଇଲା। ସେହିପରି ଡିଜେଲ ୨ଟଙ୍କା ୫୫ ପଇସା ବଢ଼ି ୭୧ ଟଙ୍କା ୫୫ ପଇସା ହେଲା।

ବ୍ରହ୍ମପୁରରେ ପେଟ୍ରୋଲ ୨ଟଙ୍କା ୪୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୨ଟଙ୍କା ୫୪ ପଇସାକୁ ବୃଦ୍ଧି ପାଇଛି।

ସମ୍ବଲପୁରରେ ପେଟ୍ରୋଲ ୨ଟଙ୍କା ୪୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୨ଟଙ୍କା ୫୪ ପଇସାକୁ ବୃଦ୍ଧି ପାଇଛି।

ବାଲେଶ୍ୱରରେ ପେଟ୍ରୋଲ ୨ଟଙ୍କା ୫୬ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ୨ଟଙ୍କା ୬୬ ପଇସାକୁ ମହଙ୍ଗା ହୋଇଛି।

Comment