ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜିଠୁ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି।  ବିଜେପି ଏଥର ତାଙ୍କ ସଦସ୍ୟ ସଂଖ୍ୟା ୧୧ କୋଟି ରୁ ଅଧିକ ବୃଦ୍ଧି କରି ୨୦ କୋଟିରେ ପହଞ୍ଚାଇବା ପାଇଁ ଲକ୍ଷ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ଆଜି ଅଭଯାନ ଆରମ୍ଭ କରିବେ।

ଏନେଇ ମୋଦି ଟୁଇଟ କରି ଜଣାଇଛନ୍ତି। ଏହାଛଡ଼ା ରାଷ୍ଟ୍ର ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବଦରୁ, କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଲକ୍ଷ୍ନୌ, ରାଜନାଥ ସିଂହ ରାଜସ୍ଥାନରୁ, ସ୍ମୃତି ଇରାନୀ ଆମେଥୀରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।

ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଅଭିଯାନ ଆରମ୍ଭ କରିବେ। ଓଡ଼ିଶାରେ ବିଜେପିର ୩୬ ଲକ୍ଷ ସଦସ୍ୟ ଅଛନ୍ତି। ଏହାକୁ ୪୫ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ ରଖିଛି ବିଜେଡି। ବିଜେପି ସଦସ୍ୟତା ଗ୍ରହଣ ପାଇଁ ଅନଲାଇନ ଓ ଅଫଲାଇନ ବ୍ୟବସ୍ଥା କରାଯାଇଛି। ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ସଦସ୍ୟତା ଗ୍ରହଣ କରିପାରିବେ। ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ।

ଏଥିଲାଗି ବୁଥ୍ ସ୍ତରରୁ ଏହି ପ୍ରକିୟା ପାଇଁ ପ୍ରସ୍ତୁତି କରିଛି ଦଳ। ଆଜି ଜନସଂଘର ପ୍ରତିଷ୍ଠାତା ଶ୍ୟମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜେପି ସଦସ୍ୟତା ଅଭିଯାନ ଆରମ୍ଭ କରିଛି।

Comment