ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣିଥରେ ରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ। ଏଥର ବି ପୁଲଓ୍ୱାମା ହାଇଓ୍ୱେରେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ଟାର୍ଗେଟ କରି ପାରନ୍ତି। ଏନେଇ ଗୁଇନ୍ଦା ବିଭାଗ ଆଲର୍ଟ ଜାରି କରିଛି।

ଗୁଇନ୍ଦା ବିଭାଗ ଅନୁସାରେ ଆତଙ୍କବାଦୀ ପୁଲଓ୍ୱାମା ନ୍ୟାସନାଲ ହଇଓ୍ୱେରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିପାରନ୍ତି। ସେମାନେ ଆଇଇଡି ବ୍ଲାଷ୍ଟ ମଧ୍ୟ କରିପାରନ୍ତି।

କୁଖ୍ୟାତ ଆତଙ୍କବାଦୀ ବୁରହାନ ଓ୍ୱାନୀର ଶ୍ରାଦ୍ଧବାର୍ଷିକୀରେ ଆତଙ୍କବାଦୀ ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ କରି ପାରନ୍ତି। ୨୦୧୬, ଜୁଲାଇ ୮ ତାରିଖରେ ସେନାର ଏକ  ଅପରେସନରେ ଏହି କୁଖ୍ୟାତ ଆତଙ୍କବାଦୀ ବୁରହାନ ଓ୍ୱାନି ନିପାତ ହୋଇଥିଲା।

ବୁରହାନର ମୃତ୍ୟୁକୁ ୩ ବର୍ଷ ପୁରୁଥିଲା ବେଳେ ଆତଙ୍କବାଦୀ ସେହଦିନ ଅର୍ଥାତ ଜୁଲାଇ ୮ ତାରିଖରେ ବଡ଼ ଧରଣର ଆକ୍ରମଣ କରି ପାରନ୍ତି।

Comment