ଓଡ଼ିଶାଲାଇଭ ବ୍ୟୁରୋ

କ୍ରିଡ଼ାର ସବୁଠାରୁ ବଡ଼ ପ୍ଲାଟଫର୍ମ ହେଉଛି ଟେଷ୍ଟ କ୍ରିକେଟ। ଅନେକ କ୍ରିକେଟର ନିଜ କ୍ୟାରିୟର ଟେଷ୍ଟରୁ ଆରମ୍ଭ କରିଥାନ୍ତି। ସେହିଭଳି ଏମତି କିଛି କ୍ରିକେଟର ଅଛନ୍ତି ଯେଉଁମାନେ ଉଭୟ ଭାରତ ଓ ପାକିସ୍ତାନ ପାଇଁ ଟେଷ୍ଟ କ୍ରିକେଟ ଖେଳିଛନ୍ତି।

ଦୁଇ ଦେଶର ବିଭାଜନ ପରେ ଭାରତ-ପାକିସ୍ତାନ ମ୍ୟାଚରେ ଅନେକ ପ୍ରତିଦ୍ଵନ୍ଦିତା ଦେଖିବାକୁ ମିଳୁଛି। ଦୁଇ ଦେଶ ଗଠନ ପରେ ଖେଳାଳିମାନେ ମଧ୍ୟ  ଅଲଗା ହୋଇଗଲେ। ଏମତି କିଛି ଖେଳାଳି ଅଛନ୍ତି ଯେଉଁମାନେ ପ୍ରଥମରୁ ଭାରତ ପାଇଁ ଖେଳିଥିଲେ ଓ ପରେ ପାକିସ୍ତାନ ପାଇଁ।

ଅମିର ଇଲ୍ଲହାଇ –

ଜାତୀୟ ସ୍ତରରେ ଦେଶ ପାଇଁ ବେଶ ଭଲ ଖେଳିଥିଲେ ଅମିର ଇଲ୍ଲହାଇ। ସେ ଭାରତର ବରୋଦା ପାଇଁ ଅନେକ ଜାତୀୟ ସ୍ତରରେ ମ୍ୟାଚ ଖେଳିଥିଲେ। ତାଙ୍କ କ୍ୟାରିୟରରେ ସେ ୨୪.୭୨ ଆଭରେଜରେ ୧୯୩ ଓ୍ଵିକେଟ ନେଇଥିଲେ।

ପରେ ସେ ପାକିସ୍ତାନର ନାଗରିକତ୍ଵ ଗ୍ରହଣ କରିଥିଲେ। ୧୯୫୨-୫୩ ରେ ପାକିସ୍ତାନ ପାଇଁ ସେ ଟେଷ୍ଟ ମ୍ୟାଚ ଖେଳିଥିଲେ। ୫ଟି ମ୍ୟାଚ ଖେଳି ୭ଟି ଓ୍ଵିକେଟ ମଧ୍ୟ ହାସଲ କରିଥିଲେ। ତାଙ୍କୁ ୪୪ ବର୍ଷ ହୋଇଥିଲା ବେଳେ ସେ ତାଙ୍କ ଶେଷ ମ୍ୟାଚ ଭାରତ ବିପକ୍ଷରେ ଖେଳିଥିଲେ।

ଏହି ବୋଲର କ୍ରିକେଟରେ ବେଶି ସମୟ କ୍ୟାରିୟର କରିପାରିନଥିଲେ। ୧୯୪୭ ମସିହାରେ ୪୪ ବର୍ଷ ବୟସରେ ଅମିର ସବୁଠାରୁ ବୟସ୍କ ଖେଳାଳି ଭାବେ ତାଙ୍କ କ୍ୟାରିୟର ଶେଷ କରିଥିଲେ।

ଅବଦୁଲ ହାଫିଜ କରଦାର-

ଅବଦୁଲ ହାଫିଜ କରଦାରଙ୍କୁ ପାକିସ୍ତାନ କ୍ରିକେଟର ଫାଦର କୁହାଯାଏ। ଏହି ବାମହାତୀ ସ୍ପିନର ବ୍ୟାଟିଂରେ ମଧ୍ୟ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ଅବଦୁଲ ଭାରତ – ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତରୁ ପ୍ରତିନିଧିତ୍ଵ କରୁଥିଲେ। ସ୍ଵାଧିନତା ପରେ ପାକିସ୍ତାନ କ୍ରିକେଟ ଟିମର ସେ ପ୍ରଥମ କ୍ୟାପଟେନ ହୋଇଥିଲେ ଏବଂ ପ୍ରଥମ ମ୍ୟାଚ ଭାରତ ବିପକ୍ଷରେ ଖେଳିଥିଲେ।

ଅବଦୁଲ ପାକିସ୍ତାନ ପାଇଁ ୨୩ଟି ଟେଷ୍ଟ ଖେଳି ୯୨୭ ରନ ଓ ୨୧ଟି ଓ୍ଵିକେଟ ନେଇଥିଲେ ପରେ ସେ ଦଳର ମ୍ୟାନେଜର ରହିଥିଲେ। ତାଙ୍କୁ ୧୯୫୮ ମସିହାରେ ପାକିସ୍ତାନ ସରକାର ପ୍ରାଇଡ୍ ଅଫ୍ ପ୍ରଫମାନ୍ସ ଆଓ୍ଵାର୍ଡ ପ୍ରଦାନ କରିଥିଲେ।

ଗୁଲ ମହମ୍ମଦ-

ସ୍ଵାଧିନତାର ଠିକ ୫ ମାସ ପୂର୍ବରୁ ହୋଲକର ଓ ବରୋଦା ମଧ୍ୟରେ ଶେଷ ରଣଜୀ ମ୍ୟାଚ ହୋଇଥିଲା। ସେତେବେଳେ ଭାରତ ଅନ୍ତରାଷ୍ଟ୍ରିୟ କ୍ରିକେଟ ପାଇଁ ସଂଘର୍ଷ କରୁଥିଲା। ସେହି ମ୍ୟାଚରେ ବିଜୟ ହଜାରେ, ସୟଦ ମୁସ୍ତାକଵ ଅଲ୍ଲି, ମହାରାଜା ପରି ତାରକା ଖେଳାଳି ଖେଳିଥିଲେ। ସେମାନଙ୍କ ମଧ୍ୟରେ ଗୁଲ ମହମ୍ମଦ ମଧ୍ୟ ଜଣେ ଚମତ୍କାର ଖେଳାଳି ଭାବେ ଉଭା ହୋଇଥିଲେ।

ବିଜୟ ହଜାରେଙ୍କ ସହ ସେ ୫୭୭ରନ ବିଶାଳ ଭାଗିଦାରୀ କରିଥିଲେ। ତାଙ୍କ କ୍ୟାରିୟରରେ ସେ ସର୍ବାଧିକ ୩୧୯ ରନ କରିଛନ୍ତି। ବ୍ୟାଟିଂ ବ୍ୟତୀତ ବୋଲିଂରେ ବେଶ ଭଲ ପ୍ରଦର୍ଶନ କରିଥିଲେ। ଇଂଲଣ୍ଡ ବିପକ୍ଷରେ ସେ ତାଙ୍କ ପ୍ରଥମ ଟେଷ୍ଟ ଖେଳିଥିଲେ ଏହାସହ ଭାରତ ପାଇଁ ୮ଟି ଟେଷ୍ଟ ଖେଳିଥିଲେ।

ପରେ ସେ ଲାହୋର ଚାଲିଯାଇଥିଲେ। ସେଠାରେ ପାକିସ୍ତାନ ନାଗରିକତ୍ଵ ଗ୍ରହଣ କରି ପାକିସ୍ତାନ ତରଫରୁ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିଥିଲେ। ତୃତୀୟ ଖେଳାଳି ଭାବେ ସେ ଦୁଇ ଦେଶରୁ ଟେଷ୍ଟ କ୍ରିକେଟ ଖେଳିଥିଲେ।

Comment