ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ୱକପକୁ ନେଇ ସାରାଦେଶରେ ଏବେ ଚର୍ଚ୍ଚା। ଏହି ବିଶ୍ୱକପ୍ ସିଜିନରେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଛି। ଏନେଇ ଭାରତୀୟ କ୍ରିକେଟ ପ୍ରେମୀ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ବିଶ୍ୱକପରେ ଭାରତୀୟ ଦଳ ସେମିଫାଇନାଲରେ ପହଞ୍ଚିବା ସହ ପଏଣ୍ଟ ଟେବୁଲରେ ମଧ୍ୟ ଶୀର୍ଷରେ ରହିଛି।

ଶନିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତର ବିଜୟ ପରେ ଦଳ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

‘‘ଭାରତୀୟ ଦଳ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି। ତେଣୁ ଦଳକୁ ଅଭିନନ୍ଦନ। ଆଗାମୀ ମ୍ୟାଚ ପାଇଁ ମଧ୍ୟ ବିରାଟ ବାହିନୀକୁ ଶୁଭେଚ୍ଛା ଜଣାଇଛନ୍ତି’’, ଟୁଇଟରେ ଳେଖିଛନ୍ତି ନବୀନ।

ଭାରତ ଶନିବାର ନିଜର ଶେଷ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିଥିଲା। ଏହି ମ୍ୟାଚରେ ରୋହିତ ଶର୍ମା ଏବଂ କେଏଲ ରାହୁଲ ଶତକ ଅର୍ଜନ କରିଥିଲେ। ଭାରତ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ।

Comment