ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ସେମିଫାଇନାଲ ଲାଗି ବିରାଟବାହିନୀକୁ ଶୁଭେଚ୍ଛା ଦେଲେ ନବୀନ

ବିଶ୍ୱକପକୁ ନେଇ ସାରାଦେଶରେ ଏବେ ଚର୍ଚ୍ଚା। ଏହି ବିଶ୍ୱକପ୍ ସିଜିନରେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଛି। ଏନେଇ ଭାରତୀୟ କ୍ରିକେଟ ପ୍ରେମୀ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ବିଶ୍ୱକପରେ ଭାରତୀୟ ଦଳ ସେମିଫାଇନାଲରେ ପହଞ୍ଚିବା ସହ ପଏଣ୍ଟ ଟେବୁଲରେ ମଧ୍ୟ ଶୀର୍ଷରେ ରହିଛି।

ପ୍ରବଳ ବର୍ଷା ନୁହେଁ, ଆଗାମୀ ୪୮ ଘଣ୍ଟାରେ ରାଜ୍ୟରେ ହେବ ଝିପ୍ ଝିପ୍ ବର୍ଷା

ଉତ୍ତର ପଶ୍ଚିମ ବଙ୍ଗୋପସାଗର ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଥିଲେ ମଧ୍ୟ ଏବେବି ଏହାର ପ୍ରଭାବ ରହିଛି। ଫଳରେ ଆସନ୍ତା ୪୮ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣ ବା ଝିପ୍ ଝିପ ବର୍ଷା ହେବାର ସମ୍ଭାବନା ରହିଛି।

ସେମିଫାଇନାଲ ଲାଇନ ଅପ ଚୂଡ଼ାନ୍ତ

ଚଳିତ ବିଶ୍ଵକପରେ ସେମିଫାଇନାଲ ପାଇଁ ୪ଟି ଦଳକୁ ନେଇ ଲାଇନ ଅପ ଚୂଡ଼ାନ୍ତ ହୋଇସାରିଛି। ପ୍ରଥମ ସେମିଫାଇନାଲ ଜୁଲାଇ ୯ତାରିଖରେ ଭାରତ – ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଓ ଦ୍ଵିତୀୟ ସେମିଫାଇନାଲ ଜୁଲାଇ ୧୧ରେ ଅଷ୍ଟ୍ରେଲିଆ – ଇଂଲଣ୍ଡ ମଧ୍ୟରେ ହେବ। ଯେଉଁ ଦୁଇ ଦଳ ବିଜୟୀ ହେବେ ସେମାନେ ଜୁଲାଇ ୧୪ରେ ଫାଇନାଲ ଖେଳିବେ।

Comment