ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ବାପା ମା’ମାନେ ସେମାନଙ୍କର ପିଲାକୁ କ୍ଷୀର ପିଇବା ଲାଗି ବାଧ୍ୟ କରିଥାନ୍ତି। ଶିଶୁଟିର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେମାନେ ଏପରି କରିଥା’ନ୍ତି। କିନ୍ତୁ କିଛି କ୍ଷେତ୍ରରେ କ୍ଷୀର ପିଇବା ପରେ ପିଲାମାନେ ବାନ୍ତି କରନ୍ତି। ବାପା ମା’ ତା’ର କାରଣ ନ ବୁଝି ସେ ବାହାନା କରୁଛି ବୋଲି ଧରି ନିଅନ୍ତି। ପ୍ରକୃତରେ କିନ୍ତୁ ତାହା ଆଲର୍ଜିର ଲକ୍ଷଣ ହୋଇପାରେ।

-କ୍ଷୀର ଆଲର୍ଜିର ମୁଖ୍ୟ କାରଣ ହେଲା ସେଥିରେ ଥିବା ପ୍ରୋଟିନ୍। ଏପରିସ୍ଥଳେ ତାକୁ ପିଇବା ଦ୍ୱାରା ଶରୀରରେ ରୋଗ ବିରୋଧରେ ଲଢ଼ୁଥିବା ତତ୍ତ୍ୱ ଅସାମାନ୍ୟ ପ୍ରତିକ୍ରିୟା ଦେଇଥାଏ। ତେଣୁ ପିଲାଟିକୁ ଅସହଜ ଲାଗେ।

-ବାନ୍ତି ଲାଗିବା, ହଜମ ହେବାରେ ସମସ୍ୟା, ଦେହରେ ପିତ୍ତ ସୃଷ୍ଟି ହେବା, ଓଠର ଆଖପାଖ କୁଣ୍ଡାଇ ହେବା, ଚେହେରା ନାଲି ପଡ଼ିବା, ମୁହଁ ଫୁଲିବା ପ୍ରଭୃତି କ୍ଷୀର ଆଲର୍ଜିର ଲକ୍ଷଣ।

-ଏହାଛଡ଼ା ଆଖିରୁ ଲୁହ ବୋହିବା, ଥଣ୍ଡା ହେବା, ବାରମ୍ବାର ଝାଡ଼ା ହେବା ଭଳି ସମସ୍ୟା ଦେଖାଯାଇଥାଏ। ଏପରିହେଲେ ତୁରନ୍ତ କ୍ଷୀର ଦେବା ବନ୍ଦ କରନ୍ତୁ।

Comment