ଓଡ଼ିଶାଲାଇଭ ବ୍ୟୁରୋ

ଝାରସୁଗୁଡ଼ା ବେଦାନ୍ତ ଜିଏପି ପ୍ଲାଣ୍ଟରେ ନିଆଁ ଲଗିବା ଘଟଣା ପରେ ଆଜି ଜିଏପି ପ୍ଲାଣ୍ଟକୁ ସିଲ୍ କରାଯାଇଛି। ପ୍ଲାଣ୍ଟକୁ ଜିଲ୍ଲା ଫ୍ୟାକ୍ଟ୍ରି ଓ ବଏଲର ବିଭାଗର ସହ ନିର୍ଦ୍ଦେଶକ ସିଲ୍ କରିଛନ୍ତି। ସିଲ୍ ପରେ ସମଗ୍ର କାରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଗ୍ରିନ ଆନୋଡ ପ୍ଲାଣ୍ଟ ଅପରେସନ ମଧ୍ୟ ବନ୍ଦ ରହିବ।

ଗତ ଜୁଲାଇ ୬ ତାରିଖରେ ବେଦାନ୍ତ ଜିଏପି ପ୍ଲାଣ୍ଟରେ ନିଆଁ ଲାଗି ୭ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ନିଆଁ ଲାଗିବାର ଘଟଣା ଏବେ ଯାଏ ସ୍ପଷ୍ଟ ହୋଇନାହିଁ। ନିଆଁରେ ପ୍ଲାଣ୍ଟର ସମସ୍ତ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି।

Comment