ଓଡ଼ିଶାଲାଇଭ୍ ବ୍ୟୁରୋ

ମୋଦି ସରକାର ପାର୍ଟ-୨ରେ ମନ୍ତ୍ରୀ ହେବା ପୂର୍ବରୁ ସରଳ ଜୀବନ ଯାପନକୁ ନେଇ ଚର୍ଚ୍ଚାରେ ଥିବା ପ୍ରତାପ ଷଡ଼ଙ୍ଗୀ ଏବେ ବରିଷ୍ଠ ଅଧିକାରୀଙ୍କ ପାଦ ଧୋଇ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବେ ପୁଣି ଚର୍ଚ୍ଚାରେ। ରବିବାର ଅପରାହ୍‌ଣରେ ମୟୂରଭଞ୍ଜ ଜିଲ୍ଲାର ବେତନଟୀଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ପାଦ ଧୋଇଦେଲେ।

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହେବାପରେ ପ୍ରଥମଥର ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ ପ୍ରତାପ। ବିଜେପି ପକ୍ଷରୁ ଆରମ୍ଭ କରାଯାଇଥିବା ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦାନ କରି ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବରିଷ୍ଠ ନାଗରିକଙ୍କ ପାଦ ଧୋଇବା ସହ ତାଙ୍କ ପାଦକୁ ପୋଛି ଦେଇଥିଲେ।

 

ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରମାକାନ୍ତ ମହାନ୍ତିଙ୍କ ପାଦ ପ୍ରତାପ ଷଡ଼ଙ୍ଗୀ ଧୋଇଦେଇଥିଲେ। ପାଦ ଧୋଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

Comment