ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲା ବିଧାୟକ ସାରଦା ନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ମାମଲା। ନିର୍ବାଚନୀ ସତ୍ୟପାଠ ଏବଂ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ଏହି ଦୁଇ ବିଧାୟକଙ୍କ ନାଁରେ ମାମଲା ଦାୟର କରିଛନ୍ତି ପ୍ରତୀପକ୍ଷ ପରାଜିତ ପ୍ରାର୍ଥୀ।

ନିର୍ବାଚନୀ ସତ୍ୟପାଠ ଓ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ଅଭିଯୋଗରେ ବିଧାୟକ ସାରଦା ନାୟକଙ୍କ ନାଁରେ ମାମଲା ଦାୟର କରିଛନ୍ତି ପରାଜିତ ରାଉରକେଲା ବିଜେପି ପ୍ରାର୍ଥୀ ନିହାର ରାୟ। ନିହାର ବିଧାୟକ ସାରଦା ନାୟକଙ୍କ ନିର୍ବାଚନକୁ ଅସିଦ୍ଧ ଦର୍ଶାଇବା ସହ ତାଙ୍କୁ ବିଜୟୀ ଘୋଷଣା କରିବା ପାଇଁ ଆବେଦନ କରିଛନ୍ତି।

ନନ୍ଦିନୀ ଦେବୀ

ସେହିପରି ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ରମେଶ ଜେନାଙ୍କ ନାଁରେ ମାମଲା ମାମଲା ଦାୟର କରିଛନ୍ତି ବିଜେଡି ପରାଜିତ ପ୍ରାର୍ଥୀ ନନ୍ଦିନୀ ଦେବୀ।

ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶ ମୂତାବିକ, ଅପରାଧିକ ପୃଷ୍ଠଭୂମି ଥିଲେ ଗଣମାଧ୍ୟମରେ ୩ ଥର ଜଣାଇବା ନିୟମ ରହିଛି। ତେବେ ରମେଶ ଜେନା ଏବିଷୟରେ ଜଣାଇନଥିବା ଅଭିଯୋଗ କରି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ନନ୍ଦିନୀ ଦେବୀ ଆବେଦନ କରିଛନ୍ତି।

Comment