ଓଡ଼ିଶାଲାଇଭ୍‌ ବ୍ୟୁରୋ

“ସାରା ଦେଶରେ ୩୫ ପ୍ରତିଶତ ଡ୍ରାଇଭିଂ ଲାଇସେନ୍ସ ନକଲି” ସଂସଦରେ ସଡ଼କ ଦୁର୍ଘଟଣା ଉପରେ ଏହା କହିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ।

ଉତ୍ତର ପ୍ରଦେଶର ଆଗ୍ରା ନିକଟସ୍ଥ ଯମୁନା ଏକ୍ସପ୍ରେସ୍‌-ୱେରେ ସୋମବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ୨୯ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ହେଲେ ଏହି ଦୁର୍ଘଟଣାକୁ ନେଇ ସଂସଦରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ସଡ଼କ ଦୁର୍ଘଟଣା ପ୍ରସଙ୍ଗରେ ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ପ୍ରଶ୍ନବାଣ କରିଥିଲେ। ଏହାର ଜବାବରେ ଗଡ଼କରୀ କହିଛନ୍ତି, ” ଯମୁନା ଏକ୍ସପ୍ରେସ୍‌-ୱେ ନ୍ୟାସନାଲ ହାଇୱେ ଅନ୍ତଗର୍ତ ଆସୁନାହିଁ। ଏହି ଏକ୍ସପ୍ରେସ୍‌-ୱେ ଉତ୍ତର ପ୍ରଦେଶ ସରକାରଙ୍କ ଅନ୍ତର୍ଗତ। ଏନେଇ ଉତ୍ତରପ୍ରଦେଶ ସରକାର ଦୁର୍ଘଟଣାର ଯାଞ୍ଚ ଓ ତଦନ୍ତ କାର୍ଯ୍ୟ ନିଜ ହାତକୁ ନେଇଛନ୍ତି।”

ଗଡ଼କରୀ ଆହୁରି ମଧ୍ୟ କହିଛନ୍ତି, “ଦେଶର ୩୫ ପ୍ରତିଶତ ଡ୍ରାଇଭିଂ ଲାଇସେନ୍ସ ନକଲି। ସରକାର ଗତ ୫ ବର୍ଷରୁ ସଂସଦରେ ମୋଟର ବାହନ ଆମେଣ୍ଡମେଣ୍ଟ ବିଲ ଉପସ୍ଥାପିତ କରୁଥିବା ବେଳେ ତାହା ପାସ ହୋଇପାରୁନାହିଁ।” ଏହି ବିଲ୍‌କୁ ପାରିତ କରିବା ପାଇଁ ସୋମବାର ଗଡ଼କରୀ ସଂସଦରେ ଅପିଲ କରିଛନ୍ତି।

ଗଡ଼କରୀ ଦେଇଥିବା ସୂଚନା ଅନୁଯାୟୀ, ଯମୁନା ଏକ୍ସପ୍ରେସ୍‌-ୱେ’ରେ ୨୦୧୬ରେ ୧୩୩ ଜଣ, ୨୦୧୭ରେ ୧୪୬ ଜଣ, ୨୦୧୮ରେ ୧୧୧ଜଣ ଲୋକ ପ୍ରାଣ ହରାଇଛନ୍ତି। ଏଥିସହିତ ସଡ଼କ ଦୁର୍ଘଟଣା ପାଇଁ ଖରାପ କ୍ୱାଲିଟି ଟାୟାର ଉପରେ ପ୍ରଶ୍ନ ଉଠାଇଛନ୍ତି।

Comment