ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଅନେକ ଲୋକ ଆହତ ଏବଂ ମୃତ୍ୟୁ ମୁଖରେ ପଡୁଛନ୍ତି। ଆହତଙ୍କ  ଚିକିତ୍ସା ଏବଂ ପ୍ରାଣ ହରାଉଥିବା ଲୋକଙ୍କ ପରିବାରବର୍ଗକୁ ସହାୟତା ରାଶି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଗାଡ଼ି ଧକ୍କାରେ ଆହତ କିମ୍ବା ମୃତ୍ୟୁ ହେଲେ ସରକାର ସହାୟତା ରାଶି ଦେବେ ବୋଲି ସଡ଼କ ସୁରକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି।

ଅଜଣା ଗାଡ଼ି ଧକ୍କାରେ ଆହତ ହେଲେ ଚିକିତ୍ସା ପାଇଁ ସରକାର ୫୦ ହଜାର ଟଙ୍କା ଦେବେ। ସେହିପରି ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ସରକାର ଦେବେ। ପ୍ରଥମ ଥର ପାଇଁ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସରକାର ଏହି ସହାୟତା ରାଶି ଦେବେ।

ରାଜ୍ୟରେ ଦୁର୍ଘଟଣା ବଢ଼ି ଚାଲିଛି। ବିଶେଷକରି ମଦ୍ୟ ପାନ ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନର ବ୍ୟବହାର କାରଣରୁ ଦୁର୍ଘଟଣା ବଢୁଥିବା ବୈଠକରେ ଆଲୋଚନା ହୋଇଛି।

Comment