ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ ମଞ୍ଚେଷ୍ଟରରେ ଜାରି ରହିଛି। ଏହି ମ୍ୟାଚ ପାଇଁ ଦେଶବ୍ୟାପି କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଏଥିରେ ବଲିଉଡର ଜଣାଶୁଣା ସେଲିବ୍ରିଟି ମଧ୍ୟ ସାମିଲ ହୋଇଛନ୍ତି। ଏମାନେ ଭିନ୍ନ ଭିନ୍ନ ଢଙ୍ଗରେ ଟିମକୁ ଚିୟର କରୁଛନ୍ତି।

ଦଳକୁ ଉତ୍ସାହିତ କରିବା ପାଇଁ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଟୁଇଟ କରିଛନ୍ତି। ”ସେମିଫାଇନାଲ ପାଇଁ ଅଲ ଦ ବେଷ୍ଟ”, ଟୁଇଟ କରି ଲେଖିଛନ୍ତି ପ୍ରୀତି।

ସେହିପରି ଅଭିନେତ୍ରୀ କିରଣ ଖେର ବି ଟିମ୍ ଇଣ୍ଡିଆକୁ ଚିୟର କରୁଛନ୍ତି। ଟୁଇଟ କରି ଦଳର ବିଜୟ କାମନା କରିବା ସହିତ ସେ ରୋହିତ ଶର୍ମାଙ୍କ ପ୍ରଂଶସା ମଧ୍ୟ କରିଛନ୍ତି।

ଛୋଟ ପରଦାରେ ନିଜ ଅଭିନୟରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ଅଭିନେତା ବିବେକ ଦହିୟା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

ଏମାନଙ୍କ ବ୍ୟତୀତ  ବଲିଉଡ ଅଭିନେତା ହ୍ରିତିକ ରୋଶନ ବି ସୋସିଆଲ ମିଡିଆରେ ଟିମକୁ ଉତ୍ସାହିତ କରିଛନ୍ତି।

‘‘ଆଜି ଟିମ ଇଣ୍ଡିଆ ପାଇଁ ବଡ଼ ଦିନ। ମୁଁ ଆକ୍ସନର ଅପେକ୍ଷା କରି ପାରିବିନି’’, ଟୁଇଟରେ ଲେଖିଛନ୍ତି ହ୍ରିତିକ।

Comment