ଓଡ଼ିଶାଲାଇଭ ବ୍ୟୁରୋ

ପବିତ୍ର ରଥଯାତ୍ରା ଅବସରରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ସୋମବାରଠାରୁ ଆରମ୍ଭ ହୋଇଥିବା ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶାର ବହୁ ପରିଚିତ ଗାୟକ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମକୁ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲରେ ସିଧାପ୍ରସାରଣ କରାଯିବ। ସନ୍ଧ୍ୟା ୭ଟାରୁ କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ।

ମଙ୍ଗଳବାର ସନ୍ଧ୍ୟାରେ କଣ୍ଠଶିଳ୍ପୀ ହରପ୍ରିୟା ସ୍ୱାଇଁ, ବିଜୟ ମିଶ୍ର, ଅନ୍ତରା ଚକ୍ରବର୍ତ୍ତୀ, ଗୋପାଳକୃଷ୍ଣ ସାହୁ, ଶୈଳଭାମା ମହାପାତ୍ର, ରଘୁନାଥ ପାତ୍ର, ସୁର ସରିତା ରାଉତ, ମୋତିଲାଲ୍ ଦୋରା, ସୁଭଦ୍ରା ଶୁଭଦର୍ଶିନୀ ଏବଂ ସୁକାନ୍ତ କୁମାର କୁଣ୍ଡୁ ଭଜନ ପରିବେଷଣ କରିବେ।

ବୁଧବାର ‘ଗୁହାରି’ କାର୍ଯ୍ୟକ୍ରମର ଶେଷ ଦିନ। ଏହି ଦିନ ଓଡ଼ିଶାର ପରିଚିତ ଗାୟକ ମହାପ୍ରସାଦ କର, ଲତା ଘୋଷ, ନାରାୟଣ ସାହୁ, ସ୍ୱାଗତିକା ପାଣିଗ୍ରାହୀ, ପଙ୍କଜ ଜାଲ୍, ଅର୍ଚ୍ଚନା ଜେନା, ଦେବାଶିଷ ମହାପାତ୍ର, ମୋନାଲିସା ରାଉତ, ଭିକାରି ମହମ୍ମଦ ଏବଂ ଇରା ମହାନ୍ତି ଭଜନ ପରିବେଷଣ କରିବେ। ଶେଷ ଦିନର କାର୍ଯ୍ୟକ୍ରମ ମଧ୍ୟ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ ଚ୍ୟାନେଲରେ ସିଧାପ୍ରସାରଣ କରାଯିବ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ଗତ କିଛି ବର୍ଷ ଧରି ଆୟୋଜିତ ହୋଇ ଆସୁଛି। ଶ୍ରୀଗୁଣ୍ଡିଚାରୁ ବାହୁଡ଼ା ମଧ୍ୟରେ, ରଥଯାତ୍ରାର ପବିତ୍ର ଅବସରରେ ଏହାର ଆୟୋଜନ କରାଯାଉଛି।

Comment