ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଏ ପର୍ଯ୍ୟନ୍ତ ୫୦ ଲକ୍ଷ ହିତାଧିକାରୀଙ୍କୁ କାଳିଆ ସହାୟତା ମିଳିଛି। ଖୁବ୍ ଶୀଘ୍ର ଏହାର ଯାଞ୍ଚ କରି ଅବଶିଷ୍ଟ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ। ଏନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

ଅରୁଣ ସାହୁ ଆହୁରି ମଧ୍ୟ କହିଛନ୍ତି, ‘‘ଚଳିତଥର ଧାର୍ଯ୍ୟ ଲକ୍ଷଠାରୁ ଧାନମଣ୍ଡିରୁ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। ଚଳିତବର୍ଷ ୫୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥଲା ସମବାୟ ବିଭାଗ। କିନ୍ତୁ ଚଳିତବର୍ଷ ୬୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି।’’

ପ୍ରଥମ ପର୍ଯ୍ୟାୟରେ ୧୩.୨ ଲକ୍ଷ କ୍ଷୁଦ୍ର ଓ ନାମମତ୍ରା ଚାଷୀ ଏବଂ ୩.୨୦ ଭୂମିହୀନ କୃଷି ଶ୍ରମିକ ପରିବାରଙ୍କୁ କାଳିଆ ଯୋଜନାରେ ସହାୟତା ଦିଆଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୧୪,୨ ଲକ୍ଷ ପରିବାରଙ୍କୁ କାଳିଆ ଟଙ୍କା ବଣ୍ଟନ କରାଯାଇଛି।

Comment