ଓଡ଼ିଶାଲାଇଭ ବ୍ୟୁରୋ

କର୍ଣ୍ଣାଟକରେ କିଛି ଦିନ ହେବ ଲାଗି ରହିଛି ହାଇ ଭୋଲଟେଜ ପଲିଟିକାଲ ଡ୍ରାମା। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରି ରାଜ୍ୟ ବିଜେପି ବୁଧବାର ବିକ୍ଷୋଭ କରୁଛି। ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତି ତଳେ ଧାରଣା ଦେଇଛନ୍ତି ବିଜେପି ବିଧାୟକ।

ବାଚସ୍ପତି କ’ଣ ପାଇଁ ବିଧାୟକଙ୍କ ଇସ୍ତଫାପତ୍ର ଗ୍ରହଣ କରୁ ନାହାନ୍ତି ସେନେଇ ରାଜ୍ୟ ବିଜେପି ସଭାପତି ବି ଏସ୍ ୟେଦୁରୂପ୍ପା ଅସନ୍ତୋଷ ପ୍ରକାଶ କରିଛନ୍ତି।

ବିଏସ ୟେଦୁରପ୍ପା ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ଆନ୍ଦୋଳନ ନେଇ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଦଳ ପ୍ରତି ଅସନ୍ତୋଷ ପ୍ରକାଶ କରି ଇସ୍ତଫାପତ୍ର ଦେଇଥିବା କଂଗ୍ରେସ ଓ ଜେଡିଏସ ବିଧାୟକ ଏବେ ଠିକଣା ବଦଳାଇ ମୁମ୍ବାଇର ଏକ ହୋଟେଲରେ ରହୁଛନ୍ତି। ଏହି ବିଧାୟକଙ୍କ ପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଏହି ବିଧାୟକମାନଙ୍କୁ ଭେଟିବାକୁ ଯାଇଥିବା କର୍ଣ୍ଣାଟକ କଂଗ୍ରେସ ବରିଷ୍ଠ ନେତା ତଥା ଜଳ ସଂପଦ ମନ୍ତ୍ରୀ ଡି କେ ଶିବକୁମାର ବି ସେଠାରେ ହଟହଟା ହେଉଛନ୍ତି।  ବିଧାୟକ ରହୁଥିବା ହୋଟେଲକୁ ଶିବକୁମାରଙ୍କୁ ପଶିବାକୁ ଦେଇ ନାହାନ୍ତି ମୁମ୍ବାଇ ପୋଲିସ। ସେପଟେ ରାଜ୍ୟ ବିଜେପିର କିଛି ବିଧାୟକ ମଧ୍ୟ ମୁମ୍ବାଇ ଗସ୍ତ କରିଛନ୍ତି।

Comment