ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୨୦୧୩ ପକ୍ସୋ ଆଇନକୁ ସଂଶୋଧନ କରାଯାଇଛି। ଏହି ସଂଶୋଧିତ ଆଇନରେ ନାବାଳିକାଙ୍କୁ ଦୁଷ୍କର୍ମ କିମ୍ବା ଯୌନ ଶୋଷଣ କଲେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିବ। ଆଜି ଏ ସମ୍ପର୍କିତ ଆଇନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛି।

ଚାଇଲ୍ଡ ପୋର୍ଣ୍ଣୋଗ୍ରାଫିକୁ ରୋକିବା ପାଇଁ ଜେଲ ଓ ଜରିମାନାର ବ୍ୟବସ୍ଥା ରହିଛି।

ଏହାସହ କେନ୍ଦ୍ର କ୍ୟାବିନେଟ ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ନଦୀ ବିବାଦର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ ଗଠନ ପାଇଁ ଅନୁମୋଦନ ଦେଇଛନ୍ତି।

ତୃତୀୟ ଲିଙ୍ଗୀଙ୍କ ସାମାଜିକ ସୁରକ୍ଷା ପାଇଁ ଏକ ବିଧେୟକକୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ। ଏହି ବିଧେୟକ ପାରିତ ହେଲେ ତୃତୀୟ ଲିଙ୍ଗୀ ସାମାଜିକ, ଆର୍ଥିକ, ଶିକ୍ଷା ଆଦି କ୍ଷେତ୍ରରେ ସରକାର ସହାୟତା ପାଇ ପାରିବେ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଆଗାମୀ ଦିନରେ ୧ ଲକ୍ଷ ୨୫ ହଜାର କିଲୋମିଟର ରାସ୍ତା ନିର୍ମାଣ ହେବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ୮୦ ହଜାର ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

Comment