ଓଡ଼ିଶାଲାଇଭ ବ୍ୟୁରୋ

ପାଟକୁରା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଛି। ଏହି ନିର୍ବାଚନରେ ବିଜେଡି  ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ। ପାଟକୁରା ଆସନ ହାତେଇବା ଲାଗି ଉଭୟ ଦଳ ରଣନୀତି ମଧ୍ୟ ଆରମ୍ଭ କରି ଦେଇଛନ୍ତି।

ପାଟୁକରାରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ଲାଗି ପ୍ରଚାର କରିବେ। ପ୍ରଚାର ପାଇଁ ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପାଟକୁରା ଯିବେ। ପାଟକୁରାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ।

ପାଟକୁରାରେ ଜୁଲାଇ ୨୦ରେ ନିର୍ବାଚନ ହେବ। ଜୁଲାଇ ୨୪ରେ ଭୋଟ ଗଣତି ହେବ।

Comment