ଓଡ଼ିଶାଲାଇଭ୍ ବ୍ୟୁରୋ

  • କୋରାପୁଟ-ସିଙ୍ଗାପୁର ରୋଡ୍‌ ପାଇଁ ୨୦୫ କୋଟି
  • ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ ପାଇଁ ୩୫୦ କୋଟି
  • ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୮୬ କୋଟି
  • ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ୩୫୦ କୋଟି
  • ହରିଦାସପୁର-ପାରଦୀପ ଲାଇନ ପାଇଁ ୪ ଶହ କୋଟି

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜୁଲାଇ ୫ରେ କେନ୍ଦ୍ର ସରକାର ରେଳ ବଜେଟ ଉପସ୍ଥାପନ କରିଥିଲେ। ଏହି ବଜେଟରେ ରେଳ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟବରାଦ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ତେବେ ଓଡ଼ିଶାର କେଉଁ ପ୍ରକଳ୍ପକୁ କେତେ ଅନୁଦାନ ମିଳିଲା ଜାଣନ୍ତୁ।

ରେଳ ଲାଇନ ପାଇଁ ମୋଟ ୧୪ ଶହ କୋଟି ଟଙ୍କାର ଅନୁଦାନ ବ୍ୟୟବରାଦ ହୋଇଥିବା ବେଳେ ଓଡ଼ିଶାକୁ ମୋଟ ୫ ହଜାର ୮୦୦ରୁ ୬ ହଜାର କୋଟି ଟଙ୍କାର ଅନୁଦାନ ମିଳିଛି।

କଳାହାଣ୍ଡି ଇଲେକ୍ଟ୍ରି ଇଞ୍ଜିନ ୱାର୍କସପ୍‌ ପାଇଁ ୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କୋରାପୁଟ-ସିଙ୍ଗାପୁର ରୋଡ୍‌ ପାଇଁ ୨୦୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ ପାଇଁ ୩୫୦ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୮୬ କୋଟି, ସମ୍ବଲପୁର-ଟିଟିଲାଗଡ଼ ଡବଲ ଲାଇନ ପାଇଁ ୧୭୦ କୋଟି, ସମ୍ବଲପୁର-ତଳେଚେର ଡବଲ ଲାଇନ ପାଇଁ ୨୪୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସେହିପରି ଆଉ ୧୦ଟି ଫ୍ଲାଇଓଭର ନିର୍ମାଣ ପାଇଁ ସର୍ଭେ କରାଯିବାକୁ ଘୋଷଣା କରାଯାଇଛି। ଭୁବନେଶ୍ୱର କୋଚ ଡିପୋରେ ୨ଟି ଅଟୋମେଟିକ୍ ୱାସିଂ ପ୍ଲାଣ୍ଟ ନିର୍ମାଣ ହେବ ବୋଲି ବ୍ୟୟବରାଦ ହୋଇଛି।

ବାଘୁଆପାଳ ଷ୍ଟେସନରେ ଫ୍ଲାଇଓଭର ପାଇଁ ବଜେଟରେ ଘୋଷଣା କରାଯାଇଛି। ରେଳ ଯାତ୍ରୀଙ୍କ ସୁବିଧା ପାଇଁ ୧୮୦ କୋଟି ଟଙ୍କାର ଅନୁଦାନ ବ୍ୟୟବରାଦ କରାଯାଇଛି।

ଜୟପୁର-ନବରଙ୍ଗପୁର ଲାଇନ ପାଇଁ ୧୦ କୋଟି ଟଙ୍କା ଘୋଷଣା କରାଯାଇଛି। ଜୟପୁର-ମାଲକାନଗିରି ପାଇଁ ୭୦ କୋଟି ଟଙ୍କା, ତାଳଚେର-ବିମଳାଗଡ଼ ପାଇଁ ୧୫୦ କୋଟି, ହରିଦାସପୁର-ପାରଦୀପ ଲାଇନ ପାଇଁ ୪ ଶହ କୋଟି, ଅନୁଗୁଳ-ସୁକିନ୍ଦା ଲାଇନ ପାଇଁ ୨୫୦ କୋଟି ଟଙ୍କା, ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ୩୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

Comment