ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ଡାକ୍ତରମାନଙ୍କ ଅବସର ବୟସ ସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି ନକରିବା ପାଇଁ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ (ଓମ୍‌ସା) ଦାବି କରିଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ଭେଟି ଓମ୍‌ସା ପ୍ରତିନିଧି ଏହି ଦାବି ଜଣାଇଛନ୍ତି। ଏହାସହ ଆଉ ୨୬ଟି ଦାବି ମଧ୍ୟ ଜଣାଇଛନ୍ତି।

ଓମ୍‌ସା ରାଜ୍ୟ ସଭାପତି ଡାକ୍ତର ନିରାକର ଭଟ୍ଟ କହିଛନ୍ତି, ‘‘ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡାକ୍ତରଙ୍କ ଅବସର ବୟସ ୨ ବର୍ଷ ବୃଦ୍ଧି କରିଥିଲେ। କିନ୍ତୁ ଅବସର ବୃଦ୍ଧି କରିବା ଅନୁଚିତ। କାରଣ ଡାକ୍ତରମାନେ ଅଧିକ କର୍ମଚାପରେ ରହି ଆସୁଛନ୍ତି।’’

ସେହିପରି ଡାକ୍ତରମାନଙ୍କ ଉଦ୍ଦିଷ୍ଟ ସୁରକ୍ଷା ବିଲକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ପ୍ରତ୍ୟେକ ସ୍ୱସ୍ଥ୍ୟ ପ୍ରତିଷ୍ଠାନରେ ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ କରିବାକୁ ଦାବି କରିଛି ଓମ୍‌ସା।

ଡାକ୍ତରମାନଙ୍କୁ ଡିଏସିପି ପ୍ରଦାନ କରିବା, ଅସ୍ଥାୟୀ ଡାକ୍ତରଙ୍କ ଚାକିରି ନିୟମିତ କରିବା, ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ୟାଡର ରିଷ୍ଟ୍ରକଚରିଂ କରିବା, ନୂତନ ଡାକ୍ତର ନିଯୁକ୍ତି ଦେବା, ଡାକ୍ତରମାନଙ୍କ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିବାକୁ ଦାବି କରିଛି ଓମ୍‌ସା।

Comment