ଓଡ଼ିଶାଲାଇଭ ବ୍ୟୁରୋ

ଆଜି ଉତ୍ତରପ୍ରଦେଶର ଆମେଥି ଗସ୍ତ କରିଛନ୍ତି ରାହୁଲ ଗାନ୍ଧି। ଏଠାରୁ ୨୦୧୯ ଲୋକସଭା ନିର୍ବାଚନ ହାରିବା ପରେ ରାହୁଲଙ୍କର ଏହା ପ୍ରଥମ ଆମେଥି ଗସ୍ତ।

ଆମେଠିରେ ପହଞ୍ଚି ରାହୁଲ ଦଳୀୟ ନେତା ଓ କର୍ମୀଙ୍କୁ ଭେଟିଛନ୍ତି। ଏଥିସହିତ ଏହି ନିର୍ବାଚନମଣ୍ଡଳୀରେ ଆସୁଥିବା ୫ଟି ବିଧାନସଭା କ୍ଷେତ୍ର ସାଲୋନ, ଆମେଥି, ଗୌରିଗଞ୍ଜ, ଜଗଦୀଶପୁର, ତିଲୋଇର କଂଗ୍ରେସ ସଭାପତିଙ୍କୁ ଭେଟି ନିର୍ବାଚନ ବିପର୍ଯ୍ୟୟ ସମ୍ପର୍କିତ କାରଣ ସମ୍ପର୍କରେ ଆଲୋଚନା କରିବେ।rahul

ସେହିପରି ଗୌରିଗଞ୍ଜରେ ଏକ କର୍ମୀ ସମ୍ମିଳନୀକୁ ସମ୍ବଦ୍ଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏଥିସହିତ ଆମେଥିର କିଛି ଗାଁକୁ ଯାଇ ଗ୍ରାମବାସୀଙ୍କୁ ଭେଟିବେ ରାହୁଲ।

ଆଜି ରାହୁଲଙ୍କ ଗସ୍ତ ନେଇ ଆମେଥିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

କଂଗ୍ରେସର ଗଡ଼ କୁହାଯାଉଥିବା ଆମେଥିରୁ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କଠୁ ହାରିଥିଲେ ରାହୁଲ।

Comment