ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କିଛି ଦିନ ହେବ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ଅଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନ। ଜିମ୍‌ଠୁ ଆରମ୍ଭ କରି ଫ୍ୟାମିଲର ଭିଡିଓ ଓ ପଟୋ ସେ ଲଗାତର ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।

ନିକଟରେ ପୁଣି ଏକ ଭିଡିଓ ପାଇଁ ସଲମାନ ଚର୍ଚ୍ଚାରେ ଅଛନ୍ତି। ଏହି ଭିଡିଓରେ ଅଭିନେତା ପ୍ରଭୁଦେବା ଓ ସଲମାନ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ସଲମାନ ଏହି ଭିଡିଓରେ ପ୍ରଭୁଦେବାଙ୍କ ସୁପରହିଟ ଗୀତ ଉର୍ବଶୀରେ ଡ୍ୟାନ୍ସ କରିଛନ୍ତି।

ଏଥିରେ ସଲାମାନ, ପ୍ରଭୁଦେବାଙ୍କ ସମେତ କନ୍ନଡ ଅଭିନେତା ସୁଦୀପ, ପ୍ରଡ୍ୟୁସର ସାଜିଦ ନାଡିୟାଡଓ୍ୱାଲା ବି ଅଛନ୍ତି। ସଲମାନ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ସେ କ୍ୟାପସନ ଲେଖିଛନ୍ତି, ”ଡ୍ୟାନ୍ସ ମାଷ୍ଟରଙ୍କ ସହ ଡ୍ୟାନ୍ସ କ୍ଲାସ”।

ଦୀର୍ଘଦିନ ପରେ ପ୍ରଭୁଦେବା ଓ ସଲମାନ ଫିଲ୍ମ ଦବଙ୍ଗ ୩ରେ ଏକାଠି କାମ କରୁଛନ୍ତି। ଏହାର ସିୁଟିଂ ପାଖାପାଖି ସରି ଆସିଲାଣି।

Comment