ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ଦିନକ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶ୍ରୀଜୀଉଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ୧୨ ତାରିଖ ଅପରାହ୍‌ଣରେ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ମା’ ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ୱାର ଅଭିମୁଖେ ବାହୁଡ଼ିବେ।

ଆସନ୍ତାକାଲି ସନ୍ଧ୍ୟା ୭ଟା ଯାଏଁ ଚାଲିବ ମହାପ୍ରଭୁଙ୍କ ଦର୍ଶନ। ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ଏନେଇ ସୂଚନା ଦେଇଛନ୍ତି। ଶ୍ରୀଜୀଉଙ୍କ ବାହୁଡ଼ା ନୀତିକାନ୍ତି ଯୋଗୁଁ ଗୁରୁବାର ସନ୍ଧ୍ୟା ୭ଟାରୁ ସାଧାରଣ ଦର୍ଶନ ବନ୍ଦ ରହିବ।

Comment