ଓଡ଼ିଶାଲାଇଭ୍ ବ୍ୟୁରୋ

ପାଟକୁରା ପ୍ରଚାର ପାଇଁ ଉଭୟ ବିଜେପି ଓ ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିର ୪୦ ଷ୍ଟାର ପ୍ରଚାରକ ଘୋଷଣା ହୋଇଥିବା ବେଳେ ବିଜେପି ମଧ୍ୟ ତା’ର ୪୦ ଷ୍ଟାର ପ୍ରଚାରକ ଘୋଷଣା କରିଛି।

୨୦୧୯ ପାଟକୁରା ବିଧାନସଭା ଆସନ ପାଇଁ ଉଭୟ ବିଜେଡି ଏବଂ ବିଜେପି ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କରିଛି।

ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରମିଳା ମଲ୍ଲିକ୍, ପ୍ରଫୁଲ୍ଲ ମଲ୍ଲିକ୍, ଶଶିଭୂଷଣ ବେହେରା, ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ, ପ୍ରଦୀପ ପାଣିଗ୍ରାହୀ, ସଂଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରଣବ ଦାଶ, ସମୀର ଦାଶ, ଅନୁଭବ ମହାନ୍ତି, ଅନନ୍ତ ଜେନା, କୁନା ତ୍ରିପାଠୀ, ଅରିନ୍ଦମ, ଆକାଶ ଦାସନାୟକ, ଶ୍ରୀମୟୀ ମିଶ୍ର, ଦିବ୍ୟ ଶଙ୍କର ମିଶ୍ର, ଚନ୍ଦ୍ର ସାରଥୀ ବେହେରା, ସୁଶାନ୍ତ ସିଂହ, ପ୍ରଣବ ବଳବନ୍ତରାୟ, ରଘୁନନ୍ଦନ ଦାସ, ରାଜେନ୍ଦ୍ର ସାହୁ, ସାରଦା ନାୟକ, ଅରବିନ୍ଦ ଢାଲି, ଉମା ସାମନ୍ତରାୟ, ବ୍ୟୋମକେଶ ରାୟ, ବ୍ରଜ ପ୍ରଧାନ, ଅଶୋକ ବଳ, ଦେବୀ ତ୍ରିପାଠୀ, ବିକ୍ରମ ପଣ୍ଡା, ସୁଧୀର ସାମଲ, ଲତିକା ପ୍ରଧାନ, ସୌଭିକ୍ ବିଶ୍ୱାଳ, ଆୟୁବ୍ ଖାନ୍, ମୁନା ଖାଁ, ସୁବାସ ସିଂହ, ମିନତି ବେହେରା,

ପାଟକୁରା ପାଇଁ ବିଜେପି ଷ୍ଟାର ପ୍ରଚାରକମାନେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ପ୍ରତାପ ଷଡ଼ଙ୍ଗୀ।

ଏହାସହ ଷ୍ଟାର ପ୍ରଚାରକ ତାଲିକାରେ ସମୀର ଦେ, ଦାମ ରାଉତ, ସୁରମା ପାଢ଼ୀ, ସମୀର ମହାନ୍ତି, ଖାରବେଳ ସ୍ଵାଇଁ, ରୁଦ୍ର ପାଣି, ମାନସ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ପ୍ରଭାତି ପରିଡ଼ା, ଠାକୁର ରଣଜିତ ଦାସ, ରଘୁନାଥ ମହାନ୍ତି, ଜୟନାରାୟଣ ମିଶ୍ର, ସୁବାଶ ପାଣିଗ୍ରାହୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡ଼ଙ୍ଗୀ, ସୁକାନ୍ତ ନାୟକ, ଶ୍ରୀତମ ଦାସ, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ, ହରି ମହାପାତ୍ର ପ୍ରମୁଖଙ୍କ ନାମ ଘୋଷଣା କରିଛି ବିଜେପି।

ପାଟକୁରା ଉପନିର୍ବାଚନ ପାଇଁ ଜୁଲାଇ ୨୦ରେ ହେବ ଭୋଟ୍।

Comment