ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା ହେବା ସହ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ ୫ଟି ଦିଗ ଉପରେ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ସେ ପରାମର୍ଶ ଦେଇଛନ୍ତି ଯେ ତୃଣମୂଳ ସ୍ତରରେ ଲୋକମାନଙ୍କ ସମସ୍ୟା ଜାଣିବା ପାଇଁ ସେମାନଙ୍କ ଅଞ୍ଚଳକୁ ଗସ୍ତ କରନ୍ତୁ। ନିଜ ନିଜ ବିଭାଗକୁ ଗସ୍ତ କରି କାର୍ଯ୍ୟ ତଦାରଖ କରନ୍ତୁ। ଲୋକମାନଙ୍କୁ ସରକାରୀ ସେବା ଠିକ୍ ଭାବେ ମିଳୁଛି କି ନାହିଁ ତାହାର ତଦାରଖ କରନ୍ତୁ। ଲୋକଙ୍କ ସହ ପ୍ରତ୍ୟେକ୍ଷ ଭାବେ ଭେଟି ସେମାନଙ୍କ ସମସ୍ୟା ବୁଝନ୍ତୁ।

ସେହିପରି ୫ ଟି ମନ୍ତ୍ର ଟିମ୍ ଓ୍ୱାର୍କ, ଟେକ୍ନୋଲୋଜି, ଟାନ୍ସଫର୍ମେସନ୍, ଟ୍ରାନ୍ସପରେନ୍ସି ଏବଂ ଟାଇମ୍ ଉପରେ ନଜର ଦେବାକୁ ନବୀନ କହିଛନ୍ତି।

ଏହାସହ ଏହି ବୈଠକରେ ଆପଦକାଳୀନ ପାଣ୍ଠିରୁ କାଳିଆ ଯୋଜନା ପାଇଁ ଯାଇଥିବା ଟଙ୍କା ଫେରାଯିବାକୁ ନେଇ ଆସିଥିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।

ରିପୋର୍ଟ କାର୍ଡ ଦେଇଥିବା ମନ୍ତ୍ରୀମାନଙ୍କୁ ରିପୋର୍ଟ କାର୍ଡ ଦେଇଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Comment