ଓଡ଼ିଶାଲାଇଭ୍ ବ୍ୟୁରୋ

ପାଟକୁରା ଦଖଲ ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ। ବିଜେଡି ଏବଂ ବିଜେପି ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିବା ପରେ ଏବେ କଂଗ୍ରେସ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛି। ବାହୁଡ଼ା ପରଠୁ ପାଟକୁରା ପ୍ରଚାର ମଇଦାନକୁ କଂଗ୍ରେସ ନେତାମାନେ ଓହ୍ଲାଇବାକୁ ସଜବାଜ ହେଉଛନ୍ତି।

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂହ। ସେହିପରି ଅନ୍ୟତମ ପ୍ରଭାରୀ ଟି ଏସ୍ ସିଂହଦେଓଙ୍କ ନାଁ ମଧ୍ୟ ରହିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ଚିରଞ୍ଜିବ ବିଶ୍ୱାଳଙ୍କ ନାଁ ଷ୍ଟାର କ୍ୟାମ୍ପେନର ତାଲିକାରେ ରହିଛି। ସେହିପରି ପ୍ରଦୀପ ମାଝି, ରାମଚନ୍ଦ୍ର ଖୁଣ୍ଟିଆ, ରୁଦ୍ର ରାଜୁ, ଶରତ ରାଉତ, ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି, ଭକ୍ତଚରଣ ଦାସ, ରଞ୍ଜିବ ବିଶ୍ୱାଳ, ସପ୍ତଗିରି ଉଲାକା ବି ପାଟକୁରା ଯାଇ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନଙ୍କ ନାଁ ବି ଷ୍ଟାର କ୍ୟାମ୍ପେନର ତାଲିକାରେ ରହିଛି।

Comment