ଓଡ଼ିଶାଲାଇଭ୍ ବ୍ୟୁରୋ

ଫାଇଲ୍ ଫଟୋ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ଜବତ ହୋଇଛି ସୁନା। ଜବତ ହୋଇଥିବା ସୁନାର ମୂଲ୍ୟ ୨୨ ଲକ୍ଷ ଟଙ୍କା। କୁଆଲାଲୁମ୍ପରରୁ ଆସିଥିବା ୨ ଜଣ ଯାତ୍ରୀଙ୍କଠାରୁ ଏହି ସୁନା ଜବତ ହୋଇଛି। ଅତି ଚତୁରତାର ସହ ଏହି ସୁନା ଆସିଥିବା ଜଣାପଡ଼ିଛି।

୬୧୨ ଗ୍ରାମ ସୁନାକୁ କ୍ୟାପ୍‌ସୁଲ୍ ଆକାରରେ ୭ଟି ପ୍ଲାଷ୍ଟିକ ଡବାରେ ଅଣା ଯାଇଥିଲା।

ଗତ ମାର୍ଚ୍ଚ ୨୦, ଫେବ୍ରୁଆରି ୧୯ରେ ମଧ୍ୟ ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ କରିଥିଲା କଷ୍ଟମ ବିଭାଗ। ସେହିପରି ୨୦୧୮ରେ ମଧ୍ୟ ଅନେକ ଥର ସୁନା ଜବତ ହୋଇଥିଲା। ଭୁବନେଶ୍ୱର ଏୟାରପୋର୍ଟରୁ ବାରମ୍ବାର ସୁନା ଜବତ ହେଉଥିବାରୁ ଓଡ଼ିଶାରେ ସୁନା ସ୍ମଗ୍‌ଲିଂ କାରବାର ବୃଦ୍ଧି ପାଇଥିବା ଚର୍ଚ୍ଚା ହେଉଛି।

Comment