ଓଡ଼ିଶାଲାଇଭ ବ୍ୟୁରୋ

ପ୍ରତିବର୍ଷ ରଥଯାତ୍ରାରେ ସେବାୟତଙ୍କ ଆଚରଣକୁ ନେଇ କିଛି ନା କିଛି ବିବାଦୀୟ ଦୃଶ୍ୟ ସାମ୍ନାକୁ ଆସିଥାଏ। ସେହିପରି ଚଳିତ ଥର ମଧ୍ୟ ଜଣେ ସେବାୟତଙ୍କ ଆଚରଣକୁ ନେଇ ଚର୍ଚ୍ଚା ଜୋର ଧରିଛି।

ମା’ ସୁଭଦ୍ରାଙ୍କ ରଥରେ ସୁଦର୍ଶନଙ୍କୁ ଆଉଜି ଜଣେ ସେବାୟତ ଶୋଇ ପଡ଼ିଛନ୍ତି। ଏହି ବରିଷ୍ଠ ଦଇତାପତି ସେବାୟତ ଜଣକ ହେଲେ ପ୍ରେମାନନ୍ଦ ଦାସ ମହାପାତ୍ର। ସେ ଦଇତାପତି ନିଯୋଗର ସଂପାଦକ ଅଛନ୍ତି।

ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏଭଳି ଫଟୋକୁ ଦେଖି ଲକ୍ଷ ଲକ୍ଷ ଭକ୍ତ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ମା’ଙ୍କ ରଥରେ ସେବାୟତଙ୍କ ଏମିତି ଆଚରଣ ଜଗନ୍ନାଥ ଭକ୍ତଙ୍କୁ ଗଭୀର ଦୁଃଖ ଦେଇଛି। ଦେଶବ୍ୟାପି ଭକ୍ତ ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି।

ହେଲେ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଏହି ଫଟୋଟି ଚଳିତ ବର୍ଷ ରଥଯାତ୍ରାର କି  ପୁରୁଣା ଫଟୋ ତାହା ସ୍ପଷ୍ଟ ହୋଇନି।

Comment