ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା କରୁଥିବା କମିଟିକୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଗୁରୁବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦେବାକୁ ମଧ୍ୟସ୍ଥତା କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ଇବ୍ରାହିମ୍ କଲିଫୁଲ୍ଲାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଆଲୋଚନା ମାଧ୍ୟମରେ ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ଜଷ୍ଟିସ୍ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ କମିଟି ଗଠନ କରିଥିଲେ। ଗୁରୁବାର କମିଟି ଷ୍ଟାଟସ୍ ରିପୋର୍ଟ ଦେଖିବା ପରେ ସୁପ୍ରିମକୋର୍ଟ ଆସନ୍ତା ୨୫ରୁ ପ୍ରତିଦିନ ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି।

ମଧ୍ୟସ୍ଥି କମିଟିର ରିପୋର୍ଟକୁ ଅପେକ୍ଷା ନକରି ସୁପ୍ରିମକୋର୍ଟ ନିଜେ ମାମଲାର ଶୁଣାଣି କରିବା ଠିକ୍‌ ହେବ ବୋଲି ଆବେଦନକାରୀ ଗୋପାଳ ସିଂ ବିଶାରଦ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଏଥିରେ ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ଅନିରୁଦ୍ଧ ବୋଷ୍ ମଧ୍ୟ ଅଛନ୍ତି।

Comment