ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ତାପସୀ ପନ୍ନୁ ଓ ଭୂମି ପଡେନକରଙ୍କ ଅଭିନୀତ ଫିଲ୍ମ ‘ସାଣ୍ଡ କି ଆଖଁ’ର ଟିଜର ରିଲିଜ ହୋଇଛି। ଏଥିରେ ଦୁଇ ଅଭିନେତ୍ରୀ ବୟସ୍କ ସୁଟର ଭାବେ ନଜର ଆସିଛନ୍ତି। ଏଥିରେ ତାଙ୍କ ନାଁ ରହିଛି ଚନ୍ଦ୍ରା ତୋମର ଓ ପ୍ରକାଶୀ ତୋମର। ଟିଜର ଜରିଆରେ ଫିଲ୍ମର ପ୍ରଥମ ଝଲକ ସାମ୍ନାକୁ ଆସିଛି।

ତୁଷାର ହୀରାନନ୍ଦନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ୧ ମିନିଟ ୨୩ ସେମେଣ୍ଡର ଟିଜର ରିଲିଜ ହୋଇଛି। ଏଥିରେ ଦୁଇ ଅଭିନେତ୍ରୀ ଗ୍ଲାମରସ ଅନ୍ଦାଜ ଛାଡ଼ି ପଶ୍ଚିମ ଉତ୍ତର ପ୍ରଦେଶର ଗାଉଁଲି ମହିଳା ଭାବେ ଅଭିନୟ କରିଛନ୍ତି। ଏଥିରେ ସେ ପୂରା ଗାଉଁଲି ମହିଳାଙ୍କ ଗେଟଅପ ନେଇଛନ୍ତି।

ଏ ଫିଲ୍ମର ସୁଟିଂ ଉତ୍ତରପ୍ରଦେଶର ଜୌହରୀ ଗାଁରେ ହୋଇଛି। ଫିଲ୍ମଟି ଚଳିତ ବର୍ଷ ଦିପାବଳୀ ଅବସରରେ ରିଲିଜ ହେବ।

Comment