ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ବିକ୍ରି ଆରମ୍ଭ ହେଲା ‘ଭିଭୋ ଜେଡ୍‌-୧ ପ୍ରୋ’ ସ୍ମାର୍ଟଫୋନ। ବୁଧବାର ଦିନ ୧୨ଟାରୁ ଏହି ସ୍ମାର୍ଟଫୋନ୍‌କୁ ଫ୍ଲିପ୍‌କାର୍ଟ ଏବଂ ଭିଭୋ ଅଫିସିଆଲ ୱେବସାଇଟ୍‌ରେ ଗ୍ରାହକ କିଣି ପାରିବେ। ଚଳିତ ମାସ ଆରମ୍ଭରୁ ‘ଭିଭୋ ଜେଡ୍‌-୧ ପ୍ରୋ’ ସ୍ମାର୍ଟାଫୋନ୍‌କୁ ଭାରତ ଲଞ୍ଚ୍‌ କରାଯାଇଥିଲା। ଏହି ସ୍ମାର୍ଟଫୋନ୍‌ର ଖାସ୍‌ କଥା ହେଉଛି, ଏଥିରେ ୫୦୦୦ ଏମ୍‌ଏଚ୍‌ ବ୍ୟାଟେରୀ ମିଳୁଥିବା ବେଳେ ତ୍ରିପଲ ରିୟର କ୍ୟାମେରା ଦିଆଯାଇଛି।

ଭାରତରେ ‘ଭିଭୋ ଜେଡ୍‌-୧ ପ୍ରୋ’ର ଦାମ୍ ୧୪,୯୯୦ ଟଙ୍କା ରହିଛି। ଏହି ସ୍ମାର୍ଟଫୋନ୍‌ରେ ୪ ଜିବି ରାମ୍‌ ସହିତ ୬୪ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ରହିଛି। ମାଇକ୍ରୋ ଏସ୍‌ଡି କାର୍ଡ ବ୍ୟାବହାର କରି ଏହାକୁ ବଢ଼ାଯାଇ ପାରିବ। ସେହିପରି ୬ ଜିବି ରାମ୍‌ + ୬୪ ଜିବି ରୋମ ଏବଂ ୬ ଜିବି ରାମ୍‌ + ୧୨୮ ଜିବି ରୋମ ଭାରିଏଣ୍ଟର ଦାମ୍‌ ଯଥାକ୍ରମେ ୧୬,୯୯୦ ଏବଂ ୧୭,୯୯୦ ଟଙ୍କା ରହିଛି।

‘ଭିଭୋ ଜେଡ୍‌-୧ ପ୍ରୋ’ ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍‌ ୭୧୨ ଅକ୍ଟାକୋର ପ୍ରୋସେସର ଦିଆଯାଇଛି। ଏହି ସ୍ମାର୍ଟଫୋନରେ ୩୨ ମେଗାପିକ୍ସେଲ ଯୁକ୍ତ ଫ୍ରଣ୍ଟ କ୍ୟାମେରା ରହିଛି। ତ୍ରିପଲ ରିୟର କ୍ୟାମେରାରେ (୧୬+୮+୨) ମେଗାପିକ୍ସେଲ ବିଶିଷ୍ଟ। ‘ଭିଭୋ ଜେଡ୍‌-୧ ପ୍ରୋ’ ସ୍ମାର୍ଟଫୋନ୍‌ରେ ଆଣ୍ଡ୍ରୋଏଡ ୯ ‘ପାଇ’ ଭର୍ସନ ମିଳୁଛି।

Comment