ଓଡ଼ିଶାଲାଇଭ ବ୍ୟୁରୋ

ବାହୁଡ଼ା ଯାତ୍ରା ବେଳେ ରାୟଗଡ଼ା ଜିଲ୍ଲା ଟିକିରି ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍କୁଲ ଛାତ ଉପରେ ଛିଡ଼ା ହୋଇ ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ଛାତ ଭୁଶୁଡ଼ି ଯିବାରୁ ୧୦ଜଣ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରୀମାନଙ୍କୁ ଟିକିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଚାଲିଥିବା ବେଳେ ପ୍ରବଳ ଜନଗହଳି ହୋଇଥିଲା। ଭିଡ଼ ଭିତରେ ସ୍କୁଲ ଛାତ ଉପରେ ଛିଡ଼ା ହୋଇ ବାହୁଡ଼ା ଯାତ୍ରା ଦେଖୁଥିଲେ କିଛି ଛାତ୍ରୀ। କିଛି ଭାବିବା ଆଗରୁ ହଠାତ ଛାତ ଭୁଶୁଡ଼ି ପଡ଼ିଥିଲା।

ଆହତ ହୋଇଥିବା ୧୦ଜଣ ଛାତ୍ରୀଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥିରେ ଦୁଇଜଣଙ୍କ ଅବସ୍ଥା ସାଂଘାତିକ ହେବାରୁ ତାଙ୍କୁ କୋରାପୁଟର ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Comment