ଓଡ଼ିଶାଲାଇଭ ବ୍ୟୁରୋ

ପୁଣି କାଷ୍ଟିଂକାଉଚ। ପୁରୁଣା ଭୁବନେଶ୍ଵର ଅଞ୍ଚଳର ଜଣେ ଷ୍ଟୁଡିଓ ମାଲିକ ତଥା ପ୍ରଯୋଜକଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି କଟକର ଜଣେ ମଡେଲ। ଅଭିଯୋଗ ପରେ ସହିଦ ନଗର ପୋଲିସ ପ୍ରଯୋଜକ ଅବିନାଶ ରାଉତ ଓରଫ ଜେଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ଅବିନାଶ ରାଉତଙ୍କ ସହିଦ ନଗର ଥାନା ଅଞ୍ଚଳରେ ଏକ ଷ୍ଟୁଡିଓ ଅଛି। ମଡେଲିଂ କରିବାକୁ ଆସିଥିବା କଟକର ଜଣେ ଯୁବତୀଙ୍କୁ ବଡ଼ ବଡ଼ ସଂସ୍ଥାରେ କାମ କରାଇବାର ଲୋଭ ଦେଖାଇଥିଲେ।

ଏକ ଓ୍ଵେବ ସିରିଜରେ କାମ କଲେ ଦିନକୁ ୧୦ ହଜାର ଟଙ୍କା ଦେବାକୁ କହି ପ୍ରଯୋଜକ ଅଭିନେତ୍ରୀଙ୍କ ମନରେ ବିଶ୍ଵାସ ସୃଷ୍ଟି କରିଥିଲେ। ପରେ ଅଭିଯୁକ୍ତ ମେଡଲଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।

ଏନେଇ ଯୁବତୀ ଜଣକ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ପୋଲିସ ଅଭିଯୁକ୍ତ ପ୍ରଯୋଜକକୁ ଗିରଫ କରି ଏକ ମାମଲା ରୁଜୁ କରିଛି।

ଏହାପୂର୍ବରୁ ଓଲିଉଡର କେତେକ ଅଭିନେତା ଓ ନିର୍ଦ୍ଦେଶକ ନାମରେ କାଷ୍ଟିଂକାଉଚ ଅଭିଯୋଗ ହୋଇଥିଲା। ଲୋକପ୍ରିୟ ଅଭିନେତା ପପୁ ପମ୍ ପମ୍ ଗିରଫ ହୋଇଥିଲେ।

Comment