ଓଡ଼ିଶାଲାଇଭ୍ ବ୍ୟୁରୋ

 ଷୋଡ଼ଷ ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନର ଦ୍ୱତୀୟ ପର୍ଯ୍ୟାୟ ଶୁକ୍ରବାରଠୁ ଆରମ୍ଭ ହେଉଛି। ଏହି ଅଧିବେଶନ ଅଗଷ୍ଟ ୮ ତାରିଖ ଯାଏଁ ଚାଲିବ।

୧୦ଟି ଷ୍ଟାଣ୍ଡି କମିଟି ୩୮ଟି ବିଭାଗର ଖର୍ଚ୍ଚ ଦାବି ତର୍ଜମା କରି ଦେଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ। ଏହାସହ ରାଜ୍ୟ ମାନବାଧିକାର କମିଶନଙ୍କ ବାର୍ଷିକ ରିପୋର୍ଟ ମଧ୍ୟ ଆଇନ୍ ମନ୍ତ୍ରୀ ଗୃହରେ ଉପସ୍ଥାପନ କରିବେ।

୧୩ ଏବଂ ୧୪ରେ ଗୃହ କାର୍ଯ୍ୟ ବନ୍ଦ ରହିବ। ୧୫ ତାରିଖରୁ ବିଭାଗମାନଙ୍କର ଖର୍ଚ୍ଚ ଦାବି ଆଲୋଚନା ହେବ। ଜୁଲାଇ ୩୧ ତାରିଖରେ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବ।

ଅଗଷ୍ଟ ୩, ୬ ଏବଂ ୮ରେ ବେସରକାରୀ କାର୍ଯ୍ୟଦିବସ ରହିଛି।

ଜୁନ୍ ୨୫ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ପର୍ଯ୍ୟାୟରେ ୬ଟି କାର୍ଯ୍ୟଦିବସ ରହିଥିଲା।

Comment